/sambad/media/post_attachments/wp-content/uploads/2020/11/bpt-photo-of-police-DG-programme-at-bhawanipatna-1-1024x565.jpg)
କନ୍ଧମାଳରେ ପୁଲିସ ମହାନିର୍ଦ୍ଦେଶକ ଅଭୟ। ବାଲିଗୁଡା ଥାନା ଖମଣଖୋଲ ସିଆରପିଏଫ କ୍ୟାମ୍ପରେ ସେ ଜିଲ୍ଲାରେ ଚାଲିଥିବା ମାଓଦମନ କାର୍ଯ୍ୟର ସମୀକ୍ଷା କରିଥିଲେ। କନ୍ଧମାଳରେ ପୂର୍ବ ଅପେକ୍ଷା ମାଓ କାର୍ଯ୍ୟକଳାପ କମିଛି। ହେଲେ ଏବେବି ମାଓବାଦୀ ଉପସ୍ଥିତି ଜାହିର କରି ଚାଲିଥିବାରୁ ସେମାନଙ୍କୁ ଦମନ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ସେ ଯବାନମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେ ବନ୍ଧୁକ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ବାନ ଦେଇଥିଲେ। ଆତ୍ମସମର୍ପଣ କଲେ ସରକାରଙ୍କ ଘୋଷଣା ଅନୁଯାୟୀ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଆତ୍ମନିର୍ଭରଶୀଳ ହେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ। ଯଦି ହିଂସା ଘଟାଇବାକୁ ଉଦ୍ୟମ କରନ୍ତି। ଆଉ ନିରୀଡ ଲୋକଙ୍କୁ ଟାର୍ଗେଟ କରନ୍ତି। ତାହା ହେଲେ ପୁଲିସ ସେମାନଙ୍କୁ କଡା ଜବାବ ଦେବାକୁ ସବୁ ସମୟରେ ପ୍ରସ୍ତୁତ ବୋଲି ସେ କହିଥିଲେ। ମାଓ ଦମନ ସମୀକ୍ଷା ପରେ ସେ ସୈନିକ ସମ୍ମିଳନୀରେ ଯୋଗ ଦେଇଥିଲେ। ସଫଳ ମାଓ ଦମନ ପାଇଁ ସେ ଯବାନମାନଙ୍କୁ ସାବାସ୍ ଦେଇଥିଲେ। ଆଗକୁ ସଫଳତାର ସହ ମାଓ ଦମନ କାର୍ଯ୍ୟ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।
/sambad/media/post_attachments/wp-content/uploads/2020/11/plbnov1-dgp-abhaya-at-kandhamal-1024x484.jpg)
ଏହି ଅବସରରେ ମାଓ ଦମନରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା କନେଷ୍ଟବଳ ଜିତେନ୍ଦ୍ର ନାୟକ ଓ ତପନ ପ୍ରଧାନଙ୍କ ଆଲୋଚନା କରି ଭଲମନ୍ଦ କଥା ପଚାରି ବୁଝି ଥିଲେ। ସିଆରପିଏଫ ସ୍ବତନ୍ତ୍ର ଡିଜି କୁଳଦୀପ ସିଂ,ନିର୍ଦ୍ଦେଶକ(ଇଣ୍ଟେଲଜେଣ୍ଟ) ଆର,କେ ଶର୍ମା,ଆଇଜି(ଅପରେସନ) ଅମିତାଭ ଠାକୁର,ଆଇଜି ସିଆରପିଏଫ ଏସ.କେ ମହାନ୍ତି,କନ୍ଧମାଳ ଏସପି ବିନୀତ ଅଗ୍ରୱାଲ,ଆଇପିଏସ ପ୍ରୋବେସନର ନିତେଶ ୱାଧାରିନ୍, ଆଇପିଏସ ଅଭିନାମ ଶଙ୍କର, ସିଆରପିଏଫ କମାଣ୍ଡାଣ୍ଡ ପ୍ରମୋଦ କୁମାର ସାହୁଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/bpt-photo-of-police-DG-programme-at-bhawanipatna-2.jpg)