ଭଦ୍ରକରେ ବାତ୍ୟା ମୁକାବିଲାର ସମୀକ୍ଷା କଲେ ଡିଜି ପୁଲିସ

ଭଦ୍ରକ: ବାଲେଶ୍ବର ଜିଲ୍ଲାର ବାତ୍ୟା ମୁକାବିଲାର ସମୀକ୍ଷା କରି ଫେରିବା ବାଟରେ ରାସ୍ତାରେ ଭଦ୍ରକର ଚରମ୍ପା ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡରେ ପ୍ରବାସୀ ପଥଚାରୀଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ପାନୀୟ ଜଳ ଯୋଗାଉଥିବା ବେଳେ ଏହାକୁ ବୁଲି ଦେଖିଥିଲେ ଡିଜି ପୁଲିସ। ସେହିପରି ରାସ୍ତାରେ ପଦଚାରୀମାନଙ୍କୁ ନେଇ ବସ୍ ଓ ଅନ୍ୟାନ୍ୟ ଗାଡିରେ ଅସହାୟ ଲୋକଙ୍କୁ କିଭଳି ଭାବେ ସେମାନଙ୍କ ନିଜ ଅଞ୍ଚଳରେ ଛାଡି ଯିବ ତାହା ଉପରେ ମଧ୍ୟ ଡିଜି ପଚାରି ବୁଝିଥିଲେ।

ସେହିପରି ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଡିଜି ପୁଲିସ ଆଜି ଭଦ୍ରକ ଏସପି ରାଜଶେ ପଣ୍ଡିତ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବାତ୍ୟା ସମୟରେ ଯେଭଳି ଭାବେ କେହି ଅସହାୟ ଲୋକ ରାସ୍ତାରେ ଚଲାବୁଲା କରିବେ ନାହିଁ। ତାହା ଉପରେ ଅଧିକ ଦୃଷ୍ଟି ଦେବାକୁ ଡିଜି ଜିଲ୍ଲା ପୁଲିସର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ଅଧିକ ପୁଲିସ ଫୋର୍ସ ମୁତୟନ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାମରାର ମେରାଇନ୍ ପୁଲିସକୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଅଧିକ ସଜାଗ ରହିବାକୁ କୁହାଯାଇଛି। ଜିଲ୍ଲାରେ ମୁତୟନ କରାଯାଇଥିବା ୫ ଏନଡିଆରଏଫ ଟିମ୍ ଓ ଅଗ୍ନିଶ୍ରମ କର୍ମଚାରୀଙ୍କ ସହ ମିଶି ସାମ୍ଭାବ୍ୟ ବାତ୍ୟାର ମୁକାବିଲା କରିବାକୁ ଡିପି ପୁଲିସ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର