ଲାଲଗଡରେ ପୁଲିସ ଡିଜି; ବିଏସଏଫ ଏବଂ ପୁଲିସ ସହ ରୁଦ୍ଧଦ୍ବାର ବୈଠକରେ ମାଓ ଦମନ ସମୀକ୍ଷା

୨ ହାର୍ଡକୋର ମାଓବାଦୀ ଡିଜିପିଙ୍କ ସମ୍ମୁଖରେ ଆତ୍ମସମର୍ପଣ

ମାଲକାନଗିରି: ଲାଲଗଡରେ ପୁଲିସ ଡିଜି ଅଭୟ। ଆଜି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ଟେମରୁପାଲ୍ଲୀ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ସେଠାରେ ବିଏସଏଫଙ୍କ  ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ କରିଥିଲେ। ଛତିଶଗଡ ନକ୍ସଲଙ୍କ ପାର୍ଦୁର୍ଭାବ ଏହି ଅଂଚଳରେ ବଢୁଥିବାରୁ ଡିଜି ଅଭୟ ବିଏସଏଫର ଭୁମିକା କଣ ହେବା ଦରକାର ସେନେଇ ବୁଝାଇଥିଲେ। ପରେ ମାଲକାନଗିରି ପହଞ୍ଚି ଜିଲ୍ଲା ପୁଲିସ ସହ ରୁଦ୍ଧଦ୍ବାର ବୈଠକରେ ଯୋଗ ଦେଇଥିଲେ। ମାଓ ଦମନ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଆଗକୁ ପିଏଲଜିଏ ସପ୍ତାହ ଆସୁଥିବାରୁ ପୁଲିସର ଅପରେସନ ଜୋରଦାର ହେବା ଦରକାର ବୋଲି କୁହାଯାଇଛି। ପ୍ରକାଶ ଥାଉକି ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲଙ୍କ ପିଏଲଜିଏ ସପ୍ତାହ ପାଳନ କରାଯିବ। ନକ୍ସଲ ଏହି ସମୟରେ ଉଗ୍ରରୂପ ଧାରଣ କରିଥାନ୍ତି। ତେଣୁ ବିଏସଏଫ ଏବଂ ପୁଲିସର ଭୁମିକା ଉପରେ ସେ ବିଶେଷ ଗୁରୁତ୍ବାରୋପ କରିଥିବା ଜଣାପଡିଛି।

ପୁଲିସ ଜିଡି ନିକଟରେ ଆଜି ୨ ଜଣ ହାର୍ଡକୋର୍ଟ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ମାଓ କମାଣ୍ଡର ସବିତା ଏବଂ ରାଇଧର।ମାଓ କମାଣ୍ଡର ରାମେ ପଡିଆମ ଅରଫ  ସବିତା ପାଲାଚଲମ ଏରିଆ କମିଟିର କମାଣ୍ଡର ଭାବେ କାମ କରୁଥିଲା। ସବିତାର ଘର ଏମଭି-୭୯ ଥାନା ଅନ୍ତର୍ଗତ ଟିଗଲ ପଞ୍ଚାୟତର ତାମନପାଲୀ ଗ୍ରାମରେ। ପିଲାଟି ଦିନରୁ ହିଁ ମାଓ ସଂଗଠନ ସହ ଜଡିତ ହୋଇ ପରେ ସଂଗଠନର ଆଗଧାଡିର ନେତ୍ରୀ ବନିଥିଲେ। ଗତ ୨୦୦୦ ମସିହାରେ ରାମନ୍ନାଙ୍କ ନେତୃତ୍ବରେ ସେ ସଂଗଠନରେ ସାମିଲ ହୋଇଥିଲେ। ମାଓ ସଂଗଠନର ଡେପୁଟି କମାଣ୍ଡର ଲୋକନାଥ ତାକୁ ଏକ ମାସର ଅସ୍ତ୍ର ତାଲିମ ପ୍ରଦାନ କରିଥିଲା। ତାକୁ ସୁକଦେବ ଏବଂ ରାଧେ ମଧ୍ୟ ତାଲିମ ପ୍ରଦାନ କରିଥିବା ସେ କହିଛି। ଛତିଶଗଡର କିଷ୍ଟରାମ ଅଂଚଳକୁ ବଦଳି ହୋଇ ୨୦୦୧ ମସିହାରେ ମିଲିଟାରି ତାଲିମ ନେଇଥିଲା।

୨୦୦୫ ମସିହାରେ ସେ ପଦନ୍ନୋତି ପାଇ ଏସିଏମ ବନିଥିଲା। ୨୦୦୬ ମସିହାରେ ସେ ପାଲାଚଲମ ଏରିଆ କମିଟିର କମାଣ୍ଡର ଭାବେ ଅବସ୍ଥାପିତ ହୋଇଥିଲା। ସବିତା ପୁଲିସ ଉପରେ ଗୁଳି ଚଳାଇବା ସହ ଆମ୍ବୁସରେ ଫସାଇ ଯବାନଙ୍କୁ ହତ୍ୟା କରିବା, ଗାଡି ପୋଡିବା, ନିରୀହ ଲୋକଙ୍କୁ ମାରପିଟ କରିବା ଭଳି ଘଟଣାରେ ସାମିଲ ଥିଲା ବୋଲି ପୁଲିସ କହିଛି। ତେବେ ନିଜର ଭୁଲ ବୁଝି ପାରି ସେ ପାର୍ଟି ଛାଡିବା ପାଇଁ ନିଷ୍ପତ୍ତି ନେଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଆନ୍ଧ୍ର କ୍ୟାଡରଙ୍କ ଦାଦାଗିରି, ମହିଳାଙ୍କୁ ଶୋଷଣ ଇତ୍ୟାଦି ସହିନପାରି ସେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କାଟିବ ବୋଲି ଚିନ୍ତା କରିଥିଲା। ପୁଲିସ ଜିଡି ଅଭୟଙ୍କ ସହ କଥା ହୋଇ ସେ ନିଜର ସମସ୍ତ ଭୁଲ ମାନିବା ସହ ଆଗାମୀ ଦିନରେ ସଂଗଠରୁ ବହୁ ନକ୍ସଲ ଆତ୍ମସମର୍ପଣ କରିବେ ବୋଲି କହିଛି।

ସେହିପରି ରାଇଧର ଧାରୁଆ ଅରଫ ରାଇଧର ମଧ୍ୟ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ରାଇଧର ମହୁପଦର ଏଲଏଏସର କାଙ୍ଗେରଘାଟି କମାଣ୍ଡର ଭାବେ କାମ କରୁଥିଲା। ୨୦୧୭ ମସିହାରେ କମାଣ୍ଡର କମଲୁର କଥାରେ ପଡି ସେ ପାର୍ଟିରେ ସାମିଲ ହୋଇଥିଲା।ପ୍ରଥମେ ସେ ଭିସିଏମ ଭାବେ ପାର୍ଟିରେ ସାମିଲ ହୋଇଥିଲା। ପରେ ସେ ଅସ୍ତ୍ରଶସ୍ତ୍ରର ତାଲିମ ନେବା ସହ ବୋମା ଖଞ୍ଜିବାର ତାଲିମ ମଧ୍ୟ ନେଇଥିଲା। ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲୀ ପଞ୍ଚାୟତର ଦଲଦଲି ଗ୍ରାମରେ ରାଇଧରର ଘର। ଏଠାରେ ସେ ପ୍ରଥମେ ସେକ୍ରେଟାରୀ ଭାବେ କାମ କରି ବିଭିନ୍ନ ଗ୍ରାମରେ ଲୋକଙ୍କୁ ଏକତ୍ରୀତ କରି ବୈଠକ କରୁଥିଲା।

ସମ୍ବନ୍ଧିତ ଖବର