ଦେବଗଡ: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ରାଞ୍ଚି - ବିଜୟୱାଡା ରାଜ ପଥର ଲକ୍ଷ୍ମୀପୁର ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଟ୍ରକ୍‌ ସହ  ମୁହାଁମୁହିଁ ଧକ୍କା ହୋଇ ଜଣେ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି।

Advertisment

ମୃତକ ଜଣକ ହେଲେ ପୁଲିସ ଏସଡିପିଓଙ୍କ ସରକାରୀ ଡ୍ରାଇଭର ରଞ୍ଜନ ସେଠି(୪୦)। ସୂଚନା ଅନୁଯାୟୀ, ରଞ୍ଜନ ଆଜି ତାଙ୍କ ଡ୍ୟୁଟି ସାରି ଛୁଟି ନେଇ ନିଜ ବାଇକ ଯୋଗେ ଜରାଛାଟ ଗ୍ରାମସ୍ଥିତ ନିଜ ଘରକୁ ଯାଉଥିଲେ। ସେତିକିବେଳେ ଲକ୍ଷ୍ମୀପୁର ଗ୍ରାମ ନିକଟରେ ରାଞ୍ଚି -ବିଜୟୱାଡା ଜାତୀୟ ରାଜପଥର ଏକ ବୁଲାଣିରେ ସମ୍ମୁଖ ପଟୁ ଆସୁଥିବା ଏକ ଟ୍ରକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରଞ୍ଜନଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ବାଇକ୍‌ ଚାଳକ ଫେରାର ହୋଇଯାଇଥିବା ବେଳେ ସୂଚନା ପାଇ ଖଇରପାଲି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ଶିକାର ହୋଇଥିବା ଗାଡିକୁ ଜବତ କରିଛି। ଏହା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।