ରାମନବମୀ ପାଇଁ ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ରାଉରକେଲା: ଶ୍ରୀ ରାମ ନବମୀ ପାଇଁ ସହରରେ ଆସନ୍ତା ୧୧ରେ ହେବାକୁ ଯାଉଛି ଆଖଡ଼ା ଶୋଭାଯାତ୍ରା। ଚଳିତ ଥର ଆଖଡ଼ା ଶୋଭାଯାତ୍ରା ରାଉରକେଲା ମୁଖ୍ୟ ମାର୍ଗରେ ନୁହେଁ ରିଂ ରୋଡରେ ହେବାକୁ ଯାଉଛି। ରାମନବମୀ  ଓ ଆଖଡ଼ା ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ‌ଶେଷ କରିବାକୁ ନେଇ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି। ଆଜି ସଂଧ୍ୟାରେ ରାଉରକେଲା ପୁଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା। ବରିଷ୍ଠ ପୁଲିସ ଅଧିକାରୀ,  ଉଦିତନଗର ଓ ପ୍ଲାଣ୍ଟସାଇଟ୍‌ ଥାନା ଅଧିକାରୀଙ୍କ ନେତୃତ୍ବରେ ସହରର ମୁଖ୍ୟ ମାର୍ଗ ସହ ଆଖଡ଼ା ବାହାରୁଥିବା ପ୍ରତ୍ୟେକ ଗଳିରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା। ବିର୍ସା ମୁଣ୍ଡା ଛକରୁ ବାହାରିଥିବା ଫ୍ଲାଗ୍‌ ମାର୍ଚ୍ଚ ମଧୁସୂଦନ ଛକ, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ, ଡେଲିମାର୍କେଟ ଦେଇ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ ଆସିଥିଲା।

ଚଳିତ ଥର ଆଖଡା ଶୋଭାଯାତ୍ରାରେ ସହରର ୧୧ଟି ଆଖଡା ଭାଗ ନେଉଛନ୍ତି। ଏସବୁ ଆଖଡ଼ା ମଧ୍ୟରେ ରହିଛି ବସ ଷ୍ଟାଣ୍ଡସ୍ଥ ତ୍ରିନାଥ ଆଖଡା, ବିର୍ସା ଛକସ୍ଥ ମହାବୀର ଆଖଡା, ଜିଟିଲେନ୍‌ର ଶ୍ରୀ ଶ୍ରୀ ଜୟ ବଜରଙ୍ଗ  ଆଖଡା, ଡିଲକ୍ସଲେନ୍‌ ତ୍ରିଶକ୍ତି ଆଖଡା, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଭୂତନାଥ ଆଖଡା, ଡେଲିମାର୍କେଟ ରାଉରକେଲା ନବଯୁବକ ସଂଘର ଆଖଡା, ଶିବାଜୀ ମାର୍ଗର ଶିବାଜୀ ଆଖଡା, ମାଲଗୋଦାମ ରାଣା ପ୍ରତାପ ଦଳ ଆଖଡା।

ସମ୍ବନ୍ଧିତ ଖବର