ଝାରସୁଗୁଡ଼ା: କରୋନାର ଭୟଭହତା ଯେଭଳି ସଂପୂର୍ଣ୍ଣ ଉଭେଇ ଯାଇଛି ସେମିତି ଅନୁଭବ କରିବା ଆରମ୍ଭ କରିଛନ୍ତି ଝାରସୁଗୁଡ଼ାବାସୀ। ଆଉ କେହି କାହା କଥାକୁ ଗୁରୁତ୍ବ ଦେଉନାହାନ୍ତି। ଦୋକାନ ବଜାର ଖୋଲିଯିବା ପରେ ଭାବୁଛନ୍ତି ଯେମିତି କରୋନାର ଆଉ ଭୟଭୟତା ଆଉ ନାହିଁ। ଲକ୍ଡାଉନ୍-୩ କେବଳ ନାମକୁ ମାତ୍ର ପାଳନ ହେଉଛି। ଝାରସୁଗୁଡ଼ାରେ ହୋଟେଲ, ସେଲୁନ, ଜିମ୍କୁ ଛାଡ଼ି ବାକି ପ୍ରାୟ ସବୁ ଖୋଲି ସାରିଛି। ଜିଲ୍ଲାରେ ଦୁଇ ଜଣ କରୋନା ସଂକ୍ରମିତ ହେବାପରେ ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳ ବୁଢ଼ିଜାମ୍ ଓ ଲଖନପୁର ବ୍ଲକ କୋଡ଼ାଲୋଇ ପଞ୍ଚାୟତର ଡହଲଡେରା ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଥିଲା।
ଇତିମଧ୍ୟରେ ବ୍ରଜରାଜନଗର କଣ୍ଟେନମେଣ୍ଟ ଜୋନ୍କୁ ୧୪ ଦିନ ପରେ ଉଠାଇ ଦିଆଯାଇଛି। ଡହଲଡେରା ଏବେବି ବନ୍ଦ ରହିଛି। ଝାରସୁଗୁଡ଼ା ସହରରେ କିନ୍ତୁ ଏବେ ଲକ୍ଡାଉନ୍ର ପ୍ରଭାବ ଆଦୌ ଜଣାପଡ଼ୁନାର୍ହି। ରାତି ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ କର୍ଫୁ ଘୋଷଣାକୁ ମଧ୍ୟ ଅମାନିଆ ମାନେ ମାନୁ ନହାନ୍ତି। ରାତି ସାରା ଦଳ ଦଳ ହୋଇ ବୁଲୁଥିବା ଦେଖାଯାଉଛି। ଧିରେ ଧିରେ ମାସ୍କ ବ୍ୟବହାର ମଧ୍ୟ ଲୋକେ ଛାଡ଼ୁଥିବା ଲକ୍ଷ୍ୟ କରାଯାଉଛି। ତେବେ ଦୋକାନ ବଜାର ଦିନ ୧ ଟା ପର୍ଯ୍ୟନ୍ତ ଖୋଲିବା ନିୟମ ପ୍ରଣୟନ କରାଯାଇ ଥିବାରୁ ଅପରାହ୍ନରେ ରାସ୍ତାରେ ଭିଡ଼ କମିଯାଉଛି।
ମାତ୍ର ବାଇକ୍ ଓ ଚାରିଚକିଆରେ ବିନା କାମରେ ଲୋକେ ଘିରିଘିରି ବୁଲୁଥିବା ଦେଖା ଯାଉଛି। ଏହା ଉପରେ ରୋକ୍ ଲଗାଇବା ପାଇଁ ଝାରସୁଗୁଡ଼ା ଟାଉନ ଥାନା ପକ୍ଷରୁ ଆଜି ରାତ୍ରରେ ସହର ମଧ୍ୟରେ ଫ୍ଲାଗମାର୍ଚ୍ଚ ଆରମ୍ଭ କରାଯାଇଛି। ଏଥିରେ ପୁଲିସ ଏସ୍ଡିପିଓ କୈଳାଶ ଆଚାର୍ଯ୍ୟ, ଆଇଆଇସି ସାବିତ୍ରୀ ବଳ, ଇନ୍ସପେକ୍ଟର ପବିତ୍ର କିସାନଙ୍କ ସମେତ ମାଜିଷ୍ଟ୍ରେଟ୍ ଗୋଲକ ବିହାରୀ ମଙ୍ଗରାଜ ଓ ରାମଚନ୍ଦ୍ର ପ୍ରଧାନ ସାମିଲ ଥିବା ଜଣାଯାଇଛି। ରାତି ୭ ଟା ପରେ ରାସ୍ତାରେ ନବୁଲିବା ପାଇଁ ଲୋକଙ୍କୁ ବାରଣ କରାଯାଉଛି। ଅମାନିଆ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ସାବିତ୍ରୀ ବଳ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/Jsg_Fm.jpeg)