ଫୁଲବାଣୀ: କରୋନା ମୁକାବିଲା ପାଇଁ ଫୁଲବାଣୀ ପୁଲିସ ସଫଳତାର ସହ ଉଦ୍ୟମ ଜାରି ରଖିଛି। ଏମିତି କି ଲକ୍ ଡାଉନକୁ କଡାକଡା କାର୍ଯ୍ୟକାରୀ କରିବାରେ ଅନ୍ୟମାନଙ୍କଠାରୁ ପାଦେ ଆଗରେ ରହିଛି। କରୋନା ମୁକାବିଲାରେ ଅନ୍ୟତମ ଯୋଦ୍ଧା ଫୁଲବାଣୀ ପୁଲିସ ଆଜି ମାନବିକତା ଦେଖାଇ ଜଣେ ଅସହାୟ ବୃଦ୍ଧାକୁ ନିଜ ଗାଡିରେ ତାଙ୍କ ଘରେ ପହଞ୍ଚାଇବା ଆଲୋଚନାର ବିଷୟ ହୋଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀ ବସଷ୍ଟାଣ୍ଡ ନିକଟ ଧୋବାସାହିର ବୃଦ୍ଧାଙ୍କ ଘର। ବୟସ ୮୦ ହେବ। ସମ୍ଭବତଃ ତାଙ୍କର କେହି ନଥିବାରୁ  ସେ ଆଜି ଧୂଧୂ ଖରାରେ ଚାଲିଚାଲି ଜନଧନ ଯୋଜନା ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଯାଉଥିଲେ। ଗାନ୍ଧି ଛକ ନିକଟରେ ଥକା ମାରିବାରୁ ବୃଦ୍ଧା ଜଣକ ସେଠାରେ ବସି ପଡିଲେ। ହେଲେ ତାପରେ ସେ ଦୁର୍ବଳତା କାରଣୁ ଆଉ ଉଠି ଚାଲିଚାଲି ଯିବା ସମ୍ଭବ ହୋଇ ନଥିଲା। ବହୁ ସମୟ ଧରି ସେଠାରେ ବସି ରହିଥିବା ବୃଦ୍ଧାଙ୍କ ଉପରେ କରୋନା କଟକଣା କଥା ବୁଝାବୁଛି କରୁଥିବା ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଓ ଟାଉନ ଥାନାଧିକାରୀ ନ‌ରେଶ କୁମାର ସାହୁଙ୍କ ନଜରରେ ପଡିଥିଲା। ତାପରେ ତାଙ୍କୁ ଉନ୍ଧାର କରାଯାଇଥିଲା। ପଚରା ପରେ ସେ ବ୍ୟାଙ୍କକୁ ଯାଉଥିବା ବୃଦ୍ଧା ଜଣକ କହିଥିଲେ। ପୁଲିସ ଗାଡିରେ ବ୍ୟାଙ୍କକୁ ନେଇଥିଲେ ଏସଆଇ ଏସ.କେ ବେହେରା ଓ ଅନ୍ୟ କର୍ମଚାରୀ।  ବୃଦ୍ଧା ଜଣକ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ତାଙ୍କୁ ଗାଡିରେ ନେଇ ଘରେ ପହଞ୍ଚାଇ ଦିଆଯାଇଥିଲା। ପୁଲିସର ଏଭଳି ମାନବିକତା କାମକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।