ପୁଲିସ ସୂଚନାକାରୀ ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ମାଓବାଦୀମାନେ ପୁଲିସ ସୂଚନାକାରୀ ଦର୍ଶାଇ ହତ୍ୟା କରିଛନ୍ତି। ପଡୋଶୀ ଛତିଶଗଡରେ ନକ୍ସଲ ପ୍ରାୟ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ହିଂସା ଘଟାଉଥିବା ଖବର ପହଞ୍ଚୁଛି। ଏହି ପରିପ୍ରେକ୍ଷୀରେ ଶନିବାର ପୁଣି ଭଦ୍ରାକାଲି ଥାନା ଅଂଚଳର ଦୁଧେଡ ଗ୍ରାମରେ ନକ୍ସଲ ପହଞ୍ଚି ଗ୍ରାମର କିଷ୍ଟେୟା ନାମକ ବ୍ୟକ୍ତିଙ୍କୁ ଏକ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିଛନ୍ତି। ଏହି ବ୍ୟକ୍ତି ଜଣକ ତେଲେଙ୍ଗାନା ପୁଲିସକୁ ନକ୍ସଲ ଗତିବିଧି ସଂପର୍କରେ ଖବର ଦେଉଥିବା ନକ୍ସଲ ଅଭିଯୋଗ କରି ପ୍ରଥମେ ନିସ୍ତୁକ ମାଡ ମାରିଥିଲେ।

ମାଓବାଦୀମାନେ ପରେ କିଷ୍ଟେୟାଙ୍କ ବେକ କାଟି ହତ୍ୟା କରି ସେଠାରେ ପୋଷ୍ଟର ଫିଙ୍ଗି ଚାଲିଯାଇଥିଲେ। ପୁଣି ସେ ଦୁଇଟି ପୁଲିସ ଥାନାରୁ ପ୍ରତି ମାସରେ ୨୦ରୁ ୩୦ ହଜାର ଟକା ନେଉଥିଲା। ଆଖପାଖ ଗ୍ରାମର ଲୋକମାନଙ୍କୁ କିଷ୍ଟେୟା ସଂଗମ ସଦସ୍ୟ ବୋଲି କହି ପୁଲିସ ହାତରେ ଗିରଫ କରାଉଥିଲା। ବହୁଥର କିଷ୍ଟେୟାକୁ ଏଭଳି କାମ ନକରିବା ପାଇଁ ଧମକ ଦେବା ସତ୍ତ୍ୱେ ମଧ୍ୟ ଏହି କାର୍ଯ୍ୟକୁ ଜାରି ରଖିଥିଲା। ଏଭଳି କାର୍ଯ୍ୟ ଯେଉଁମାନେ କରିବେ ସଂଗଠନ ପକ୍ଷରୁ ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର