ମାନବବାଦୀ ସଂଗଠନର ତାଲିବାନୀ ଶାସନ, ସଂଗଠନ ମୁଖିଆକୁ ଡରୁଛି ପୁଲିସ

ଖୋର୍ଦ୍ଧା: ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ସଅର ସମ୍ପ୍ରଦାୟର ଜଣେ ୬୫ ବର୍ଷର ବୃଦ୍ଧ ଓ ତାଙ୍କ ପୁଅଙ୍କୁ ଅତି ଅମାନୁଷିକ ଭାବେ ମାଡ଼ ମାରିବା ଘଟଣା ଭାଇରାଲ୍ ହୋଇଥିଲା। ଏହି ଘଟଣା ପରେ ଆଜି ପୁଲିସ ସମ୍ପୃକ୍ତ ପୀଡ଼ିତ ମାଗୁଣି ନାୟକଙ୍କ ଠାରୁ ଏତଲା ଗ୍ରହଣ କରିଛି। କେବଳ ଏହାନୁହେଁ ଏସ୍‌ପି ରାଜ କିଶୋର ଦୋରା ଓ ଏସ୍‌ଡ଼ିପିଓଙ୍କୁ ନେଇ ଏକ ପୁଲିସ ଟିମ୍ ଉକ୍ତ ଅଞ୍ଚଳ ଗସ୍ତ କରିଛନ୍ତି।

ତେବେ ମାଗୁଣି ନାୟକ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ସଂଗଠନର ମୁଖିଆ ମାନବବାଦୀ ସଂଗଠନ ଓ ମାନସ ଦାସର ସମ୍ପୃକ୍ତି ଥିବା କହୁଥିବା ବେଳେ ପୁଲିସ ଓ ଏସ୍‌ପି ଏହି ଘଟଣାକୁ ପୂର୍ବଭଳି ଏଡ଼ାଇ ଦେଇଛନ୍ତି। ଆଜି ଏସ୍‌ପି ଶ୍ରୀ ଦୋରା ଓ ଏସ୍‌ଡ଼ିପିଓ ସୁଶୀଲ ମିଶ୍ରଙ୍କ ସମେତ ଏକ ପୁଲିସ ଟିମ୍ କଡ଼ବ ଗାଁ ଗସ୍ତ କରିଥିଲେ।

ସେଠାରେ ଆକ୍ରମଣର ଶିକାର ହୋଇଥିବା ମାଗୁଣି ନାୟକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମାଗୁଣିଙ୍କୁ ବେଗୁନିଆ ଥାନା ଅଣାଯାଇ ପ୍ରାୟ ୧ ଘଣ୍ଟା ତାଙ୍କ ସହ କଥାବାର୍ତ୍ତା କରିଥିଲେ। ଏହାପରେ ମାଗୁଣି ନାୟକ କହିଛନ୍ତି ଯେ ସେ ମାନସ ଦାସ ଓ ମାନବବାଦୀ ସଂଗଠନର ଅତ୍ୟାଚାର ସମ୍ପର୍କରେ ପୁଲିସକୁ ଲିଖିତ ଜଣାଇଛନ୍ତି। ଏହି ସଂଗଠନ ଦ୍ୱାରା କେବଳ ସେ ଓ ତାଙ୍କ ପୁଅ ନୁହନ୍ତି ତାଙ୍କ ଭଳି ଅନେକ ଏଭଳି ଅତ୍ୟାଚାରର ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର