ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଆଜି ସକାଳେ ମାଓବାଦୀ ଓ ଡିଭିଏଫ୍-ଏସ୍ଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆନ୍ଧ୍ରପ୍ରଦେଶ-ଓଡ଼ିଶା ପୁଲିସ ପକ୍ଷରୁ ସ୍ବାଭିମାନ ଅଂଚଳରେ ଚାଲିଥିବା ମିଳିତ ସର୍ଚ୍ଚ ଅପରେସନ୍ ସମୟରେ ଏହି ଗୁଳିବିନିମୟ ହୋଇଥିଲା ।
ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଠାରୁ ପ୍ରାୟ ୧୫୦ କିଲୋମିଟର ଦୂର ମୁଚିମ୍ପୁର ଜଙ୍ଗଲରେ ଏହି ସର୍ଚ୍ଚ ଅପରେସନ୍ ଚାଲିଛି। ଆନ୍ଧ୍ରପ୍ରଦେଶ-ଓଡ଼ିଶା ପୁଲିସର ଏହି ମିଳିତ ଅଭିଯାନ ସମୟରେ ଏକ ମାଓ ଶିବିରକୁ ଧ୍ବଂସ କରାଯାଇଥିବା ଜଣାପଡ଼ିଛି। ପୁଲିସର ଅପରେସନ୍ ପରେ ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ପୁଲିସ ଘଟଣାସ୍ଥଳରୁ ୩୦୩ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ କରିଛି। ମାଲକାନଗିରି ଏସ୍ପିଙ୍କ ନେତୃତ୍ୱରେ କରାଯାଇଥିବା ଏହି ଅପରେସନ୍ରେ ଅତିରିକ୍ତ ଏସ୍ପି ମଧ୍ୟ ସାମିଲ ରହିଛନ୍ତି। ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।