ବାଲେଶ୍ୱର; ବାଲେଶ୍ୱର ରେଲେଓ୍ଵ ଷ୍ଟେସନ ଛକ ନିକଟରେ ଥିବା ଏକ ଏସବିଆଇ ଏଟିଏମ ଲୁଟ୍ ଉଧ୍ରମ କରୁଥିବା ବେଳେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ପୁଲିସ ଦୁଇଜଣ ଲୁଟେରାଙ୍କୁ ଗିରଫ କରିଛି। ଏହି ଲୁଟେରା ଦ୍ୱୟଙ୍କ ଘର ପଶ୍ଚିମବଙ୍ଗ ହୋଇଥିବା ବେଳେ ଏହା ପଛରେ ଏକ ବଡ଼ ର୍ୟାକେଟ୍ ଥିବା ପୁଲିସ ସନ୍ଦେହ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ବର୍ଷା ଯୋଗୁଁ ବାଲେଶ୍ୱର ଷ୍ଟେସନରେ ଲୋକଗହଳି କମ୍ ଥିଲା। ରାତି ପ୍ରାୟ ୨ଟା ବେଳେ ଦୁଇଜଣ ଯୁବକ ଷ୍ଟେସନ କାଖରେ ଥିବା ଏସବିଆାଇ ଲଟିଏମକୁ ଭଙ୍ଗାରୁଜା କରୁଥିବା ଦେଖି କେହି ଜଣେ ଯାତ୍ରୀ ସହଦେବଖୁଣ୍ଟା ପୁଲିସକୁ ସୂଚନା ଦେଇଥିଲେ। ସଙ୍ଗେ ସଙ୍ଗେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ପଶ୍ଚିମବଙ୍ଗର ଦିନଜପୁର ଅଞ୍ଚଳର ସୁଦେବ ରାୟ (୨୫ ବର୍ଷ)ଓ ମୁୁର୍ସିଦାବାଦ ଅଞ୍ଚଳର ମିଥୁନ ସିଂହ(୨୦ ବର୍ଷ)। ପୁଲିସ ସେମାନଙ୍କୁ ପଚରାଉଚରା ବେଳେ ଏକ ଏଟିଏ ଲୁଟେରା ଗ୍ୟାଙ୍ଗର ଏମାନେ ସଦସ୍ୟ। ଏହି ଗ୍ୟାଙ୍ଗର ଅନ୍ୟ ୨/୩ ଜଣ ସାମିଲ ଥିବା ପୁଲିସ ଜାଣିବାକୁ ପାଇଛି।
ବାଲେଶ୍ୱର: ଏଟିଏମ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ଦୁଇ ଲୁଟେରା
/sambad/media/post_attachments/wp-content/uploads/2018/08/balasore.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)