ପୁଲିସ ନକ୍ସଲ ଗୁଳିବିନିମୟ, ଜଣେ ନକ୍ସଲ ମୃତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣ ପୁର ଜିଲ୍ଲାରେ ପୁଲିସ ନକ୍ସଲ ପୁଲିସ ଗୁଳିବିନିମୟ ଘଟିଛି।ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ମାଓ ସାମଗ୍ରୀର ଜବତ କରାଯାଇଛି।ବିଶେଷ ସୂତ୍ରରୁ ଖବର ପାଇଁ ଜିଲ୍ଲା ପୁଲିସ,ଡିଆରଜି ଯବାନ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୁରରେ ରହିଥିବା ଭରଣ୍ଡା ଥାନା ଅଂଚଳରେ ଚଢାଉ କରିଥିଲେ।ଭରଣ୍ଡା ଥାନା ଠାରୁ ମାତ୍ର ତିନି କିଲୋମିଟର ଦୁରରେ ରହିଥିବା ଜଂଗଲରେ ନକ୍ସଲ ଦୀର୍ଘ ଦିନ ଧରି କ୍ୟାମ୍ପ କରି ରହିଥିବା ପୁଲିସ ନିକଟରେ ସୂଚନା ରହିଥିଲା। ପୁଲିସ ଗତକାଲି ରାତିରେ ଚଢାଉ କରିବା ପରେ ନକ୍ସଲ ପୁଲିସକୁ ଦେଖି ଅତର୍କିତ ଗୁଳି ଚଳାଇଥିଲା।ପୁଲିସ ମଧ୍ୟ ପାଲଟା ଜବାବ ଦେଇଥିଲେ।

ପ୍ରାୟ ଅଧ ଘଣ୍ଟା ଧରି ଗୁଳିବିନିମୟ ଘଟିଥିଲା।ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ନକ୍ସଲ ପୋଷାକଧାରୀ ବ୍ୟକ୍ତିର ଶବକୁ ପୁଲିସ ଜବତ କରିବା ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଥିଲା।ଏହି ଅଂଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଥିବା ଏସପି ଗିରିଜାଶଂକର ଜୟଶଵାଲ ପ୍ରକାଶ କରିଛନ୍ତି।ମୃତ ନକ୍ସଲ ଜଣେ ସେକ୍ସନ କମାଣ୍ଡର ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।ତେବେ ଛତିଶଗଡରେ ନକ୍ସଲ ପୁଲିସ ମଧ୍ୟରେ ଚଳିତ ବର୍ଷ ୬ ଥର ସାମ୍ନାସାମ୍ନି ହୋଇଥିବା ବେଳେ ନକ୍ସଲଙ୍କର ହିଁ କ୍ଷତି ହୋଇଛି।

ସମ୍ବନ୍ଧିତ ଖବର