ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଲଣ୍ଡା ପଞ୍ଚାୟତ ଡୁଡୁକୁବାହାଲ ନିକଟରେ ଥିବା ଭୁତୁଲୁ ପଡା ଗ୍ରାମ ଅଞ୍ଚଳରେ ବେଆଇନ ଭାବେ କୁକୁଡ଼ା ଲଢେଇ ଚାଲିଥିବା ବେଳେ ପୁଲିସ ଅତର୍କିତ ଚଢ଼ଉ କରିବା ସହ ବାଇକ, ମୋବାଇଲ, ଗୋଟିଏ କାର, କୁକୁଡ଼ା ଓ ନଗଦ ଟଙ୍କା ଜବତ କରିବା ସହ ୫୨ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ରାଜଗାଙ୍ଗପୁର ଅଲଣ୍ଡା ପଞ୍ଚାୟତ ଡୁଡୁକୁବାହାଲ ନିକଟରେ ଥିବା ଭୁତୁଲୁ ପଡା ଗ୍ରାମ ଅଞ୍ଚଳରେ ଆଜି ରଜ ଉପଲକ୍ଷେ ବେଆଇନ ଭାବେ କୁକୁଡ଼ା ଲଢେଇ ଚାଲିଥିଲା।

Advertisment

ଏହି ଖବର ପାଇ ଏସଡ଼ିପିଓ ଅଭିଷେକ ପାଣିଗ୍ରାହୀ ଓ ଥାନା ଅଧିକାରୀ ବିଭତ୍ସ ପ୍ରଧାନ ସଦଳବଳେ ଅତର୍କିତ ଚଢ଼ଉ କରିଥିଲେ। ଏହି ଚଢ଼ଉରେ ପୁଲିସ ୫୫ ବାଇକ, ୪୮ ଟି ମୋବାଇଲ, ଗୋଟିଏ କାର, ୩ କୁକୁଡ଼ା, ଗୋଟିଏ କାର (ଓଡ଼ି ୧୪ୟୁ ୫୨୭୧) ଓ ନଗଦ ୩୩,୫୧୦ ଟଙ୍କା ଜବତ କରିବା ସହ ୫୨ ଜଣଙ୍କୁ ଗିରଫ କରିଛି।