ଜୟପୁର ଉପଖଣ୍ଡକାରାଗାରରୁ ଟଙ୍କା, ମୋବାଇଲ୍ ଆଦି ମିଳିବା ଘଟଣା: ପୁଲିସ ରୁଜୁ କଲା ମାମଲା, ଖୋଳ ତାଡ଼ ଆରମ୍ଭ-ଜେଲ ବିଭାଗର ପ୍ରାଥମିକ ତଦନ୍ତ

ଜୟପୁର: ରବିବାର ଜୟପୁର ଉପଖଣ୍ଡକାରାଗାର ଉପରେ ଅଚାନକ ଭାବେ ଏସପି ଜି.ବରୁଣଙ୍କ ନେତୃତ୍ବରେ ହୋଇଥିଲା ଚଢ଼ାଉ। ପୂର୍ବରୁ ମିଳିଥିବା ସୂଚନା, ଭୋଜିଭାତର ବିଡିଓ, ଫଟୋ ଚିତ୍ର ଆଦି ସତ ପ୍ରମାଣିତ ହୋଇଥିଲା। ଜେଲର ୮ଟି ପୁରୁଷ ଓ ଗୋଟିଏ ମହିଳା ୱାର୍ଡର ଯାଂଚ କରିଥିଲେ ପୁଲିସ ଟିମ୍ । ପୁଲିସକୁ ସେଠାରୁ ୫ଜଣ ବିଚାରାଧୀନ ଅନ୍ତେବାସୀ କଏଦୀଙ୍କ ଠାରୁ ୧୮ହଜାର ୨୦୬ ଟଙ୍କା, ଗୋଟିଏ ସ୍ମାର୍ଟ ମୋବାଇଲ୍ ଫୋନ, ୩ଟି ଲୁହା ରଡ଼, ୩ଟି ଡମ୍ବଲସ୍,କିଛି ତମ୍ବାଖୁ ପ୍ୟାକେଟ, ଗୋଟିଏ ପ୍ୟାନ ଡ୍ରାଇଭ୍ ଓକିଛି ରୋଷେଇ ପାଇଁ ବ୍ୟବହୃତ ପ୍ରେସର କୁକୁର ଜବତ କରାଯାଇଥିଲା। ପୁଲିସ ଏ ନେଇ ଆଧିକା ଖୋଳତାଡ୍ ଆରମ୍ଭ କରିଛି। ସେଭଳି ଗତ କାଲି ଅପରାହ୍ନ ଓଆଜି ସକାଳୁ କୋରାପୁଟ ସର୍କଲ ଜେଲର ବରିଷ୍ଟ ଅଧିକ୍ଷକ ବିରେନ୍ଦ୍ର କୁମାର ମହାଲିକ୍ ବି ଜେଲକୁ ଆସି ପ୍ରାଥମିକ ତଦନ୍ତ କରି ଫେରିଥିବା ସୂଚନା ମିଳିଛି।

କିଭଳି ଏବଂ କାହା ମାଧ୍ୟମରେ ଜେଲ ପରିସରକୁ ଗଂଜେଇ ଚୋରା ଚାଲାଣ ମାମଲାରେ ଗିରଫ ଅଭିଯୁକ୍ତଙ୍କ ନିକଟକୁ ମୋବାଇଲ୍ ଫୋନ ଗଲା ତାହାର ଖୋଳତାଡ କରୁଛି। ଏହି ଫୋନ ଜରିଆରେ କିଛି କାରାବାର ହୋଇଛି ନା ନାହିଁ, କାହା କାହାକୁ ଏହି ଫୋନର ନମ୍ବରରେ କଲ୍ ଯାଇଛି ଆଦିର ଯାଂଚ କରାଯାଉଛି ବୋଲି କହିଛନ୍ତି ଏସଡିପିଓ ଅରୁପ ଅଭିଶେଖ ବେହେରା। ସେଭଳି ଜେଲ୍ ମଧ୍ୟକୁ କିଭଳି ଲୁହା ରଡ, ଡମ୍ବଲସ, ରୋଷଇ ସାମଗ୍ରୀ ପ୍ରେସର କୁକୁର ଆଦି ଗଲା ତାହାର ବି ଯାଂଚ କରାଯିବ। ଜୟପୁର ଏସଡିପିଓ ଏ ନେଇ ରିପୋର୍ଟ ଏସପିଙ୍କୁ ପ୍ରଦାନ କରି ସାରିଥିବା କହିଛନ୍ତି। ସେଭଳି ଫଟୋ ଚିତ୍ର, ଭିଡିଓ ଆଦିର ବି ଯାଂଚ ଚାଳିଛି।

ଜବତ ହୋଇଥିବା ମୋବାଇଲ୍ ଫୋନର କଲକୁ ଆଧାର କରି ପୁଲିସ ବହୁ ସୂଚନା ପାଇ ପାରିବ ବୋଲି କହିଛନ୍ତି ଏସଡିପିଓ। ଏସପି ଏ ନେଇ ଜିଲ୍ଲା ଦୌରାଜଜ୍, ଜିଲ୍ଲାପାଳ ଏବଂ ଜେଲ ବିଭାଗର କମିଶନରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଜେଲ ବିଭାଗ ପକ୍ଷରୁ ଗତ କାଲି ଓ ଆଜି କୋରାପୁଟ ସର୍କଲ ଜେଲର ବରିଷ୍ଠ ଅଧିକ୍ଷକ ବିରେନ୍ଦ୍ର କୁମାର ମହାଲିକ୍ ଆସି ଯାଂଚ କରିଛନ୍ତି। ଜେଲ୍ ସଂସ୍କାର କରିବା ଅନ୍ତେବାସୀଙ୍କୁ ସୁଧାରିବା ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଠାରୁ ଧନ୍ଦାମୂଳକ ତାଲିମ ଦିଆଯାଉଥିଲା। ତେବେ ପୂର୍ବରୁ ଏହା ପରିସରରେ ଅନ୍ତେବାସୀ ମାନେ ମୋବାଇଲ୍ ବ୍ୟବହାର କରୁଥିଲେ। ତେବେ ଏସବୁକୁ ବନ୍ଦ କରି ଜେଲକୁ ଆଦର୍ଶ ଜେଲ ଭାବେ ପରିଣତ କରିବାକୁ ବହୁ ଚେଷ୍ଟା କରିଥିଲି ବୋଲି କହିଛନ୍ତି ଜୟପୁର ଉପଖଣ୍ଡକାରାଗାର ଅଧିକ୍ଷକ ଲଲିତେନ୍ଦୁ ଭୁଷଣ ଦାଶ।

ସମ୍ବନ୍ଧିତ ଖବର