ଖୋର୍ଧା: କଣ୍ଟେନର ସହିତ ୬୦ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର

ନିରାକାରପୁର/ଖୋର୍ଧା: ଗତକାଲି ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ କଣ୍ଟେନରରେ ଖୁନ୍ଦାଖୁନ୍ଦିି ହୋଇ ଚୋରା ଚାଲାଣ ହେଉଥିବା ୬୦ ଗୋରୁଙ୍କୁ ଜଙ୍କିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥରୁ ପୁଲିସ ଉଦ୍ଧାର କରିଛି। ପୁଲିସ କଣ୍ଟେନରକୁ ଜବତ କରିବା ସହିତ ଗୋରୁ ଗୁଡ଼ିକୁ ଉଦ୍ଧାର କରିଛି। ତେବେ ଘଟଣାସ୍ଥଳରୁ କଣ୍ଟେନର ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର