ନୂଆପଡ଼ା: ୩ ଶିଶୁ ସହିତ ୪ ଦାଦାନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଥାନାରେ ଅଟକ

ନୂଆପଡ଼ା: ଗତକାଲି ରାତିରେ ଉତ୍ତର ପ୍ରଦେଶକୁ ଦାଦାନ ଖଟିବାକୁ ଯାଉଥିବା ଚାରିଜଣ ଶ୍ରମିକଙ୍କ ସହିତ ୩ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ନୂଆପଡ଼ା ଜିଲ୍ଲା ବେଲଟୁକୁରୀ ପୁଲିସ। ଏହି ଘଟଣାରେ ପୁଲିସ ଦାଦନ ସର୍ଦ୍ଦାର ବଂଶୀଲାଲ ସତ୍‌ନାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଗତ କାଲି ରାତିରେ ଉତ୍ତରପ୍ରଦେଶର ମିର୍ଜାପୁରର ଇଟାଭାଟିରେ ଶ୍ରମିକ ଭାବେ ଦାଦାନ ଖଟିବାକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିବା ସମ୍ପର୍କରେ ସୂଚନା ପାଇ ପୁଲିସ ବିଶୋରା ଛକରୁ ରାଜେଶ ବଞ୍ଜାରୀ( ୨୨ ବର୍ଷ୦, ତାଙ୍କ ପତ୍ନୀ, ରାମଧନ ସତନାମ(୨୭ ବର୍ଷ) ତାଙ୍କ ପତ୍ନୀଙ୍କ ସହିତ ସେମାନଙ୍କ ୩ଟି ପିଲାଙ୍କୁ ଅଟକାଇ ଥାନାକୁ ଆଣିଥିଲା। ମରୁଡ଼ି ଯୋଗୁଁ ଫସଲ ଉଜୁଡ଼ି ଯାଇଥିବାରୁ ସେମାନେ ଦାଦାନ ଶ୍ରମିକ ସର୍ଦ୍ଦାର ବଂଶୀଲାଲ ସତନାମୀ ଠାରୁ ୨୫ ହଜାର ଟଙ୍କା ଅଗ୍ରୀମ ନେଇ ଦାଦାନ ଖଟିବାକୁ ଯାଉଥିଲେ ବୋଲି ପୁଲିସ ଆଗରେ କହିଛନ୍ତି।

ସମ୍ବନ୍ଧିତ ଖବର