ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିମିଳିଆ ପଞ୍ଚାୟତର ଅବ୍ଦଲପୁର ବୁଢ଼ାଘାଟ ନଦୀବନ୍ଧ ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି କେତେକ ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଆଜି ସକାଳୁ ଏହି ଛକରେ ଏକ ଅଳିଆଗଦାରେ ଅଜଣା ମୃତଦେହ ଜଳୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି। ମୃତଦେହ ଜଳୁଥିବା ସ୍ଥାନ ନିକଟରେ ରକ୍ତ ପଡ଼ିଥିବାରୁ କୌଣସି ବ୍ୟକ୍ତିଙ୍କୁ ସେହିଠାରେ ହତ୍ୟା କରିବା ପରେ ଦୁର୍ବୃତମାନେ ପ୍ରମାଣ ନଷ୍ଟ କରିବା ପାଇଁ ପେଟ୍ରୋଲ/କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିବା ଚର୍ଚ୍ଚା ହେଉଛି। ତେବେ ମୃତଦେହ ଜଳୁଥିବା ସ୍ଥାନରୁ ପୁଲିସ ଏକ ମନି ପର୍ସ ଜବତ କରିଛି। କିନ୍ତୁ ସେଥିରେ ମୃତକଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ। ପୁଲିସ ସାଇଣ୍ଟିଫିକ୍ ଟିମ୍ ଡକାଇ ଘଟଣାର ତଦନ୍ତ ଆରମ୍ଭ କରିବ ବୋଲି ସୂଚନା ଦେଇଛି।
ଯାଜପୁର: ଅଜଣା ବ୍ୟକ୍ତିଙ୍କୁ ହତ୍ୟା କରି ପୋଡ଼ିିଦେଲେ ଦୁର୍ବୃତ୍ତ, ଅର୍ଦ୍ଧଦଗ୍ଧ ମୃତଦେହ ଜବତ
/sambad/media/post_attachments/wp-content/uploads/2018/01/Murder_Jajpur_22.01.18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)