ଭଂଜନଗର: ସପ୍ତାହକ ମଧ୍ୟରେ ଭଂଜନଗର ଥାନା ଅଧୀନ ବିଭିନ୍ନ ଅଂଚଳରେ ଚାଲିଥିବା ୬ଟି ଜୁଆ ଆଡ୍ଡା ଉପରେ ଚଢଉ କରାଯାଇ ୨ଲକ୍ଷ ୬୭ହଜାର ୬୧୦ଟଙ୍କା ଜବତ ହୋଇଥିବା ନେଇ ଥାନା ଅଧିକାରୀ ଅଶ୍ୱିନୀ କୁମାର ସାହୁ ସୂଚନା ଦେଇଛନ୍ତି। ୫୫ଜଣ ଜୁଆଡ୍ଡିଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେହିପରି ଅବକାରୀ ଧରପଗଡ଼ରେ ୧୨ଜଣଙ୍କୁ ଗିରଫ ଓ ୨୩୦ ଲିଟର ଦେଶୀ ବିଦେଶୀ ଜବତ ହୋଇଛି। ହେଲମେଟ୍ ଓ ଗାଡିର କାଗଜପତ୍ର ଯାଞ୍ଚ ବାବଦରେ ୬୬ହଜାର ୨ଶହ ଟଙ୍କା ଆଦାୟ ହୋଇଥିବା ବେଳେ ୧୦ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ପାଇଁ ଆଂଚଳିକ ପରିବହନ କାର୍ଯ୍ୟାଳୟକୁ ଅବଗତ କରାଯାଇଛି ବୋଲି ଆଇଆଇସି ଅଶ୍ୱିନୀ କୁମାର ସାହୁ କହିଛନ୍ତି।
ଭଂଜନଗର ଥାନା: ସପ୍ତାହକରେ ୬ ଜୁଆ ଆଡ୍ଡା ଚଢଉ
/sambad/media/post_attachments/wp-content/uploads/2017/10/money-04-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)