ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ପଇତାଗାଁରେ ଗତକାଲି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଖିଅ ଖୋଜିବାରେ ଲାଗିଛି ପୁଲିସ୍। ଗ୍ରାମର ସ୍ବର୍ଗତ ଭୀମ ଗୌଡ଼ର ପୁଅ କାଳିଆ ଗୌଡ(୫୦)କୁ ଦୁବୃର୍ତ୍ତ ମା୍ନେ ଗତ ରବିବାର ଦିନ ବିଳମ୍ବିତ ରାତିରେ ପିଟିପିଟି ହତ୍ୟା କରିଥିବା ବେଳେ ଗୋବରା ସାହି କଲଭର୍ଟ ନିକଟରେ ଫୋପାଡି ଦେଇଥିଲେ। ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରରେ ଯାଞ୍ଚ କରିଥିବା ବେଳେ ହତ୍ୟାକାଣ୍ଡ ସଂର୍ପକରେ କିଛି ସୁରାକ ପାଇଥିବା ଜଣାପଡିଛି। ପୂର୍ବରୁ କାଳିଆ ସହ ଗ୍ରାମର କିଛି ଲୋକଙ୍କ ସହ ଝଗଡା ହୋଇଥିବା ବେଳେ ସେହି ଦିଗରେ ପୁଲିସ୍ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବା ଜଣାପଡିଛି। ସନ୍ଦେହରେ କିଛି ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି। ତେବେ ଏସଂର୍ପକରେ ପୁଲିସ୍ କୌଣସି ସୂଚନା ଦେବା ପାଇଁ ମନା କରିଦେଇଛି।
/sambad/media/post_attachments/wp-content/uploads/2021/06/5463457b-4fcb-4546-85eb-b878e68cd16d.jpg)
ଦଦରାଲୁଣ୍ଡା ପଞ୍ଚାୟତର ପଇତାଗାଁର କାଳିଆ ଗୌଡ ଗତକାଲି ସଂନ୍ଧ୍ୟା ୫ ଟାରୁ ଘରୁ ବାହାରି ଯାଇଥିଲେ। ରାତିରେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ଆଖପାଖରେ ବହୁ ଖୋଜାଖୋଜି କଲେ ମଧ୍ୟ ପାଇନଥିଲେ। ଗ୍ରାମ ଠାରୁ କିଛି ଦୂର ଥିବା ଗୋବରା ସାହି କଲଭର୍ଟ ନିକଟରେ ସୋମବାର ସକାଳ ସମୟରେ କ୍ଷତ ବିକ୍ଷତ ଅବସ୍ଥାରେ ମୃତଦେହ ପଡିଥିବା କିଛି ଲୋକ ଦେଖିଥିଲେ। ପରେ ଏହା ପଇତାଗାଁର କାଳିଆ ଗୌଡ ବୋଲି ଜଣାପଡିଥିଲା। ମୃତଦେହ ଠାରୁ କିଛି ଦୂରରେ ଚପଲ ପଡିଥିବା ବେଳେ ବିଳମାଳରେ ତିନୋଟି ଠେଙ୍ଗା ପଡି ରହିଥିଲା। ଖବର ପାଇ ଏଏସ୍ପି ବିଜୟ ମଲ୍ଲିକ୍ ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କେସ୍ ନମ୍ବର ୨୫୭ରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/fe8616d4-6667-4647-aaee-a0293da2fadd.jpg)