ରକ୍ତ ଦେଇ ଜୀବନ ବଞ୍ଚାଇଲେ ଥାନା ଏସ୍‌ଆଇ

ଜୟପୁର: ଜୟପୁର ଟାଉନ ଥାନାର ଏସ୍‌ଆଇ ସିଦ୍ଧାନ୍ତ କୁମାର ବେହେରା ଜଣେ ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି। ଏଭଳି କାର୍ଯ୍ୟ ପାଇଁ ବହୁ ବ୍ୟକ୍ତି ତାଙ୍କୁ ସାଧୁବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିମା ଗ୍ରାମର ରାଜେଶ୍ବର ବିଶୋୟୀ ଜଣ୍ଡିସ‌ ଓ ରକ୍ତହୀନତା ରୋଗରେ ଆକ୍ରାନ୍ତ ହୋଇ ବେଡ୍ ନଂ ୮୭ରେ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିବା ବେଳେ ରକ୍ତର ଆବଶ୍ୟକତା ପଡିଥିଲା। ଏନେଇ ରାଜେଶ୍ବରଙ୍କ ଭଣଜା ଆଲୋକ ବିଶୋଇ ବହୁ ଲୋକଙ୍କୁ ଅନୁରୋଧ କରିଥିଲେ କିନ୍ତୁ କେହି ରକ୍ତ ପ୍ରଦାନ କରିନଥିଲେ। ସେ ସନ୍ଧ୍ୟା ସାଢ଼େ ୭ଟାରେ ଜୟପୁର ଟାଉନ ଥାନକୁ ଆସି ‘ଓ’ ପଜିଟିଭ୍ ରକ୍ତର ଆବଶ୍ୟକତା ରହିଛି ବୋଲି ଅନୁରୋଧ କରିଥିଲେ। ଖବର ପାଇ ଟାଉନ ଥାନାର ଏସ୍‌ଆଇ ସିଦ୍ଧାନ୍ତ କୁମାର ବେହେରା ରକ୍ତଭଣ୍ଡାରରେ ପହଞ୍ଚି ରକ୍ତଦାନ କରିଥିଲେ। ଏହାପରେ ରୋଗୀଙ୍କୁ ରକ୍ତ ପ୍ରଦାନ କରାଯାଇଥିବା ସେ ସୁସ୍ଥ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର