ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାଟକମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଓଏଲ୍ଏମ୍ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ଆଜି ବ୍ଲକର ସମସ୍ତ ପଞ୍ଚାୟତ ସିଆରପି, ଏଲ୍ପି ଓ ଏମବିକେମାନେ ଥାନା ଘେରାଉ କରିଥିଲେ। ଗତ ୨ ତାରିଖ ଦିନ ଓଡିଶା ଜୀବିକା ମିଶନ ପକ୍ଷରୁ ପଞ୍ଚାୟତ ମହିଳା ମହାସଂଘର ବୈଠକ ବସିଥିଲା। ବୈଠକରେ ପଞ୍ଚାୟତର କୃଷିମିତ୍ର ଓ ପ୍ରାଣୀମିତ୍ରଙ୍କୁ ଚାକିରିରୁ ବହିଷ୍କାର ଘଟଣାକୁ ଟଣାଓଟରା ଓ ଧସ୍ତାଧସ୍ତି ହୋଇଥିଲା।
ଘଟଣାକୁ ନେଇ ଥାନାରେ ଓଏଲ୍ଏମ୍ ବିପିଏମ୍ ପ୍ରମୋଦ କୁମାର ବେହେରା ଓ ପଞ୍ଚାୟତ ଏନବିକେ ତପସ୍ୱିନୀ ଶତପଥୀଙ୍କ ପକ୍ଷରୁ ଥାନାରେ କୃଷିମିତ୍ର ମିନତୀ ପ୍ରଧାନଙ୍କ ସ୍ୱାମୀ ସୋମନାଥ ପ୍ରଧାନଙ୍କ ନାଁରେ ମାଡପିଟ ଓ ଗାଳିଗୁଲଜ ଅଭିଯୋଗ କରିଥିଲେ। ମିନତୀ ପ୍ରଧାନ ମଧ୍ୟ ପ୍ରମୋଦ ବେହେରା ଓ ତପସ୍ୱିନୀ ଶତପଥୀଙ୍କ ନାଁ ରେ ଅନୁରୂପ ଅଭିଯୋଗ କରିଥିଲେ। ପୁଲିସ ଉଭୟ ପକ୍ଷରୁ ତିନି ଅଭିଯୋଗରେ ତିନି ମାମଲା ରୁଜୁ କରି ଗତକାଲି ସୋମନାଥଙ୍କୁ ଗିରଫ କରିଥିଲା। ଆଜି ଘଟଣାକୁ ନେଇ ଅଭିଯୁକ୍ତକୁ ଗିରଫ ଦାବିରେ ବ୍ଲକର ସମସ୍ତ ଶତାଧିକ ଓଡିଶା ଜୀବିକା ମିଶନ ବିଭିନ ବିଭାଗ କର୍ମଚାରୀ ଥାନା ଘେରାଉ କରିଥିଲେ। ଘେରାଉ ବେଳେ ଅଭିଯୁକ୍ତଙ୍କୁ ଚାଲାଣ ହେଉଥିବାର ଦେଖି ଘେରଉରୁ ସମସ୍ତେ ଫେରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/06b1291c-5194-47b9-81f5-968ae71f6df4.jpg)
