ଥାନା ଅଧିକାରୀଙ୍କ ଉପରେ ଆକ୍ରମଣ, ଅନ୍ୟ ଦୁଇ ଜଣ ଗୁରୁତର 

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୂଖିଗୁଡାରେ ଆଜି ସନ୍ଧ୍ୟାରେ ପାରିବାରିକ କଳହକୁ କେନ୍ଦ୍ରକରି ହୋଇଥିବା ଗଣ୍ଡଗୋାଳର ତଦନ୍ତ କରିବାକୁ ଯାଇଥିବା ଥାନା ଅଧିକାରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି। ଏହି ଘଟଣାରେ ଗୁୁରୁତର ଆହତ ଅନ୍ୟ ୨ ଜଣଙ୍କୁ ମଧ୍ୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂୂଚନା ଅନୁସାରେ ଓଏଚ୍‌ପିସି କଲୋନି ମଧ୍ୟରେ ରହୁଥିବା ବାପ-ପୁଅ ଅନ୍ୟ ଦୁଇ ଜଣଙ୍କ ଉପରେ ମାରଣାନ୍ତକ ଆକ୍ରମଣ କରିଥିଲା। ଏନେଇ ଜୟପାଟଣା ଥାନାରେ ସୂଚନା ଦିଆ ଯାଇଥିଲା। ସୂଚନା ପାଇ ଜୟପାଟଣା ଥାନା ଅଧିକାରୀ ସଦଳବଳେ ଅଭିଯୁକ୍ତଙ୍କୁ ଗିରଫ କଲାବେଳେ ଅଭିଯୁକ୍ତ ଦ୍ବାରା ଆକ୍ରମଣର ଶିକାର ହୋଇଥିଲେ।

ସୂଚନାରୁ ପ୍ରକାଶ ଯେ ମୂଖିଗୁଡା ଓଏଚ୍‌ପିସିରେ କାର୍ଯ୍ୟରତ କୁଳମଣି ରଥ ଓ ତାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ରଥ ସନ୍ଧ୍ୟା ସମୟରେ ପାରିବାରିକ କଳହକୁ କେନ୍ଦ୍ର କରି ପଡୋଶୀ କାଲି ଚରଣ ଭୂଇଁଆଁ ଓ ପୁଅ ଦୁତିକୃଷ୍ଣଙ୍କ ଉପରେ ଧାରୁଆ ଅସ୍ତ୍ର ଧରି ଆକ୍ରମଣ କରିଥିଲେ। ଉଭୟ ଗୁରୁତର ଅବସ୍ଥାରେ ଥାଇ ଜୟପାଟଣା ଥାନାରେ ରିପୋର୍ଟ ଦେବା ପରେ ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଛତ୍ରିଆ ଦଳ ବଳ ନେଇ ଅଭିଯୁକ୍ତଙ୍କ ଘରେ ପହଁଥିଲେ। କୂଳମଣି ଏକ ଧାରୁଆ ଅସ୍ତ୍ରରେ ଥାନା ଅଧିକାରୀଙ୍କ ଗାଲରେ ଆକ୍ରମଣ କରିଥିଲା। ଅଧିକାରୀଙ୍କୁ ଜୟପାଟଣା ଡାକ୍ତରଖାନାରେ ଚିକିତ୍ସା ନେଇଥିବା ବେଳେ କାଳୀଚରଣ ଭୂଇଁଆଁଙ୍କ ଅବସ୍ଥା ଉଦବେଗଜନକ ଥିବାରୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଅର ହାତରେ ଶକ୍ତ ଆଘାତ ଲାଗିଛି। ଥାନା ଅଧିକାରୀ ଆହତ ଥିବା ସତ୍ୱେ ଦୁଇ ଅଭିଯୁକ୍ତଙ୍କୁ କାବୁ କରି ଥାନାରେ ଅଟକ ରଖି ଥିବା ସୂଚନାରୁ ପ୍ରକାଶ।

ସମ୍ବନ୍ଧିତ ଖବର