ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ ପୂର୍ବରୁ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ବିରୋଧ ପ୍ରଦର୍ଶନ ଉଦ୍ୟମକୁ ପଣ୍ଡ କରିଛି ପୁଲିସ । ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାକୁ ଗଲା ସମୟରେ ଛାତ୍ର କଂଗ୍ରେସ ବିରୋଧ ପ୍ରଦର୍ଶନ ପାଇଁ ରହିଥିଲା । କିନ୍ତୁ ଏହା ପୂର୍ବରୁ ପୁଲିସ ସେମାନଙ୍କୁ ଉଠାଇ ନେଇଛି। ଏନେଇ ଛାତ୍ର କଂଗ୍ରେସ ସଭାପତି ୟସୀର ନୱାଜ କହିଛନ୍ତି ଯେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ନାଁ ସାମ୍ନାକୁ ଆସୁଥିଲେ ମଧ୍ୟ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ । ତାଙ୍କ ବିରୋଧରେ ସବୁ ପ୍ରମାଣ ଥାଇ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ।

ସରକାରୀ କର୍ମଚାରୀ ରାଜ୍ୟ ସରକାରଙ୍କ ହାତ ବାରିସୀ ପାଲଟିଛନ୍ତି । ସବୁ ଚେଷ୍ଟା ବିଫଳ ହେଲା ପରେ ଛାତ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ଏ ବିଷୟରେ କହିବ ବୋଲି ସ୍ଥିର କଲା । କିନ୍ତୁ ପୁଲିସ ସେମାନଙ୍କୁ ଅଟକାଇଲା । ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ସମ୍ଭବ ନହେବାରୁ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଦେଖା କରିବାକୁ ଯାଇଥିଲା ଛାତ୍ର କଂଗ୍ରେସ । ସେଠାରେ ମଧ୍ୟ ପୁଲିସ ସେମାନଙ୍କୁ ଅଟକାଇଥିଲା । ସେହି ସମୟରେ ଧସ୍ତାଧସ୍ତି ହେଇଥିଲା । ଏଥିପାଇଁ ଛାତ୍ର କଂଗ୍ରେସର କର୍ମୀଙ୍କ ଉପରେ ୩୦୭ ଦଫା ଲଗେଇବା ଅତ୍ୟନ୍ତ ଲଜ୍ୟାଜନକ ବିଷୟ । ଛାତ୍ରମାନଙ୍କୁ ଏଭଳି ଡରାଇବା କୌଣସି ମତେ ଠିକ ନୁହେଁ । ଏହାର ଜବାବ ଛାତ୍ର କଂଗ୍ରେସ ନିହାତି ଭାବରେ ଦେବ ।

ସମ୍ବନ୍ଧିତ ଖବର