ରାଉରକେଲା : ରାସ୍ତାରେ ପୁଲିସ ତିନି ଶିଶୁଙ୍କୁ କାନଧରି ଉଠ୍ବସ୍ କରିବା ଫଟୋ ସୋସିଆଲରେ ଭାଇରାଲ୍ ହୋଇଛି। ଫଟୋ ଓ ଭିଡିଓରେ ପୁଲିସ ଶିଶୁଙ୍କୁ ଧମକ ଚମକ ଦେଉଥିବା ଦେଖିବାକୁ ମିଳିଛି। ଗୋଟିଏ ୱାଟସ୍ ଆପ୍ ନମ୍ବରରୁ ଅନ୍ୟ ନମ୍ବରକୁ ଘୁରି ଏହି ଫଟୋ ଏବେ ସହରରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ଶିଶୁଙ୍କ ପ୍ରତି ପୁଲିସର ଏଭଳି କାର୍ଯ୍ୟକଳାପକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶିଶୁଙ୍କ ପ୍ରତି ପୁଲିସର ଏଭଳି ବ୍ୟବହାରକୁ ଶିଶୁ ସୁରକ୍ଷା କର୍ମୀମାନେ ବି ନା ପସନ୍ଦ କରିଛନ୍ତି।
ଆଜି ସପ୍ତାହାନ୍ତ ସଟ୍ଟାଉନ୍ର ଥିଲା ଶେଷ ଦିନ। ବନ୍ଧମୁଣ୍ଡା ବି ସେକ୍ଟର ମୁଖ୍ୟ ମାର୍ଗରେ ୮ରୁ ୧୦ ବର୍ଷ ମଧ୍ୟରେ ତିନି ଶିଶୁ ବୁଲୁଥିବା ଦେଖି ପୁଲିସ ସେମାନଙ୍କୁ ଅଟକାଇଥିଲେ। ଯଦି ଶିଶୁମାନେ କୌଣସି ଅସାମାଜିକ କାର୍ଯ୍ୟ କରୁଥିଲେ ଚାଇଲ୍ଡ ଲାଇନକୁ ପଠାଇଥାନ୍ତେ। ଅଥବା ବୁଝାସୁଝା କରି ଘରକୁ ପଠାଇ ଦେଇ ପାରିଥାନ୍ତେ। ଏମିତି କିଛ ନ କରି ଓଲଟା ବିଚ୍ ରାସ୍ତାରେ ତିନି ଜଣଙ୍କୁ କାନଧରି ଉଠ୍ବସ୍ କରାଇଥିଲେ।
ପୁଲିସର ଏଭଳି ଅମାନବୀୟ କାର୍ଯ୍ୟକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା କହିଛନ୍ତି, ଏମିତି ଆଦୌ ଏମିତି କରିବା କଥା ନୁହେଁ। ପିଲାଙ୍କ ପ୍ରତି କ୍ରୁରତା ଓ ଅମାନୁଷିକ ବ୍ୟବହାର କରିବା ଅନୁଚିତ୍। ଯଦି ପିଲାଙ୍କୁ ଅସହାୟ ବା ଯେ କୌଣସି ଅବସ୍ଥା ପୁଲିସ ପାଉଛି। ପିଲାମାନଙ୍କୁ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର କରି ତାଙ୍କ ଅଭିଭାବକଙ୍କୁ ଜିମା ଦେବେ। ନ ହେଲେ ସ୍ଥାନୀୟ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିବା ଦରକାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/9bbcf1bb-eb00-4290-ad92-6eece71a3ab0.jpg)