ପୁରୀ ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରିବା ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଲା

ପୁରୀ: ପୁରୀର ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରିବା ଅଭିଯୋଗରେ ଜଣେ ପୁଲିସ କର୍ମଚାରୀଙ୍କୁ ସୋମବାର ନିଲମ୍ବିତ କରାଯାଇଛି। ତେବେ କାର୍ଯ୍ୟାନୁଷ୍ଠାନର କିଛି ଘଣ୍ଟା ମଧ୍ୟରେ ତାଙ୍କର ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନିଆଯାଇଛି। ଆଗକୁ ବାହୁଡା ଯାତ୍ରା ଥିବାରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଜେଟିଏ) ଆଜି ଜଗନ୍ନାଥ ମନ୍ଦିର ପୁଲିସ କର୍ମଚାରୀ ସୁଦର୍ଶନ ସାହୁଙ୍କୁ ଶୃଙ୍ଖଳାଗତ ଆଇନ ଉଲଘଂନ କରିଥିବାରୁ ନିଲମ୍ବିତ କରିଥିଲେ।  ଏହାପୂର୍ବରୁ ଗୁଣ୍ଡିଚା ମନ୍ଦିର ପରିସରରେ ସୁଦର୍ଶନ ପରିସ୍ରା କରୁଥିବା ଭିଡିଓ ସୋସିଆଲ ମିଡିଆ ଭାଇରାଲ ହେବା ପରେ ଜଗନ୍ନାଥ ମନ୍ଦିର ପ୍ରଶାସନ ସାହୁଙ୍କୁ ନିଲମ୍ବିତ କରିଥିଲେ ।

ଜିଲ୍ଲା ପ୍ରଶାସନ ଦ୍ୱାରା ଲାଗୁ ହୋଇଥିବା କୋଭିଡ-୧୯ ପ୍ରତିବନ୍ଧକ ଯୋଗୁଁ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହି ସମୟରେ ଗୁଣ୍ଡିଚା ମନ୍ଦିର ପରିସରରେ ଥିବା ଏକ କାନ୍ଥ ନିକଟରେ ଜଣେ ପୁଲିସ ପରିସ୍ରା କରୁଥିବା ଭିଡିଓ ରବିବାର ଭାଇରାଲ ହୋଇଥିଲା। ଯାହାକି ବିଭିନ୍ନ ମହଲରେ ସମାଲୋଚନାର ବିଷୟ ପାଲଟିଛି। ଏହି ଘଟଣାକୁ କେନ୍ଦ୍ର କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜେଟିପି ସାହୁଙ୍କୁ ନିଲମ୍ବିତ କରାଯାଇଛି। ତେବେ ପୁଲିସ କର୍ମଚାରୀ ଜଣକ ମନ୍ଦିର କାନ୍ଥରେ ଏଭଳି କାମ କିପରି କରି ପାରିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର