ସୋନପୁର: ସୋନପୁରରେ ପଲିଥିନ୍ ବନ୍ଦ ପାଇଁ ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ କିଛି ଅମାନିଆ ପଲିଥିନ୍ କାରବାର ବନ୍ଦ କରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ସୋନପୁର ମନମୁଣ୍ଡା ରାସ୍ତାରେ ଥିବା ଉଠା ଦୋକାନୀ, ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସ, ଘୋଡ଼ାଘାଟପଡ଼ା, ମଝିପଡ଼ା ଆଦିରେ ଥିବା ୨୦ରୁ ଅଧିକ ଠେଲା ଦୋକାନ, ବିଭିନ୍ନ ଦୋକାନ ଆଦିରେ ଚଢ଼ଉ କରାଯାଇ ୨୭ ହଜାର ୨ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ଦିଆଯାଇଛି।
ଏହି ଚଢ଼ଉରେ ସୋନପୁର ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ଋତ, ଅଜିତ ନାଏକ, ହରିହର ଭୋଇ, ଶିବନାରାୟଣ ପଟ୍ଟନାୟକ, କିଶୋର ତରିଆ, ଅଶୋକ ଚିନ୍ଦା ପ୍ରମୁଖ ସାମିଲ ଥିଲେ।
ପଲିଥିନ୍ କାରବାର ଉପରେ ଚଢ଼ଉ; ୨୭ ହଜାର ଟଙ୍କା ଜରିମାନା ଆଦାୟ
/sambad/media/post_attachments/wp-content/uploads/2020/11/51c970c7-3728-4c10-b08e-472f13ca9ba6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)