ବାଣଫୁଟାକୁ ନେଇ ପୂର୍ବତନ ଆସିକା ବ୍ଲକ୍ ଅଧ୍ୟକ୍ଷଙ୍କ ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା: ଜଣେ ମୃତ ଓ ୩ ଗୁରୁତର

୧୦ରୁ ଅଧିକ ବାଇକ୍ ଭଙ୍ଗାରୁଜା, ଘଟଣାସ୍ଥଳରେ ପୁଲିସ ଛାଉଣୀ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ତଥା ଗାଙ୍ଗପୁର ଥାନା କେନ୍ଦୁପଦରର ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସାକାଣ୍ଡ ଦେଖାଦେଇଛି । ଏହି ପଞ୍ଚାୟତ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକଙ୍କ ଅଞ୍ଚଳ ହୋଇଥିବା ବେଳେ ଗତରାତିରେ ବାଣଫୁଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ମୁହାଁମୁହିଁ ଏତେ ଭୟଙ୍କର ହୋଇଥିଲା ଯେ ଗୋଟିଏ ଗୋଷ୍ଠୀର ଖଣ୍ଡା ଓ ଭୂଜାଲି ମାଡରେ ଜଣକ ମୃତ୍ୟୁ ହୋଇଛି।। ମୃତକଜଣକ ବୁଲୁ ସ୍ବାଇଁ ବୋଲି ଜଣାପଡିଛି ।

ଅନ୍ୟଜଣେ ଏବେ ବି ନିଖୋଜ ଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଆସିକା, ଗାଙ୍ଗପୁର, ଓ ବୁଗୁଡା ପୁଲିସ ସମେତ ଭଞ୍ଜନଗର ଏସଡିପିଓ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ୧୦ଟି ଭଙ୍ଗା ଗାଡି ଜବତ କରାଯାଇଥିବା ଵେଳେ ୧୦ରୁ ଅଧିକ ଥାନାରେ ଅଟକ ଥିବା ଜଣାପଡିଛି । ଏହା ସହ କେନ୍ଦୁପଦର ଗ୍ରାମର ବଳରାମ ପୋଲାଇ, ଚାଟୁଳା ଗାଁର ଅବିନାଶ ବରଡ, ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଗୁରୁତର ହୋଇ ପ୍ରଥମେ ଆସିକା ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲଠାରେ ଚିକିତ୍ସିତ ହେଉଛନ୍ତି । ଏପଟେ ରାଜନୈତିକ କାରଣ ଯୋଗୁଁ ପରିବାରର ମୁଖ୍ୟ ଜୀବନ ହାରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର