ଆସିଲା ପାରଳାଖେମୁଣ୍ଡି  ଏସିଏଫ ସୌମ୍ୟରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର : ଆସିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ନିଆଁରେ ଜଳି ତାଙ୍କର ମ଼ୃତ୍ୟୁ ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି ।

କଟକ ମର୍କତନଗର ଥାନାରେ  ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ତାଙ୍କ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଛି । ଶରୀର ୯୫% ପୋଡ଼ି ଯାଇଥିବାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପାକସ୍ଥଳି ଖାଲି ଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ନଥିବା ଉଲ୍ଲେଖ ରହିଛି । ଶବ ବ୍ୟବଚ୍ଛେଦର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର