ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମାଲ୍ୟବନ୍ତ ମହୋତ୍ସବ ପାଇଁ ପ୍ରଥମ ଥର ପାଇଁ ଆଦିବାସୀ ଲୋକନୃତ୍ୟ ଏବଂ ଲୋକସଂଗୀତ ପ୍ରତିଯୋଗିତା ସ୍ଥାନୀୟ ସଂସ୍କୃତି ଭବନ ମଞ୍ଚ ଠାରୁ ଆରମ୍ବ ହୋଇଯାଇଛି। ଏଥିରେ ଜିଲ୍ଲାର କୋଣ ଅନୁକୋଣରୁ ଅନେକ ପ୍ରତିଯୋଗିତା ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ ଏବଂ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗ୍ରହଣ କରିବା ଗ୍ରୁପକୁ ଜିଲ୍ଲାସ୍ତରୀୟ ମାଲ୍ୟବାନ୍ତ ମହୋତ୍ସବରେ ନୃତ୍ୟ ପରିବେଷଣ କରିବାରେ ସୁଯୋଗ ପାଇବେ। ଏହାସହ ପୋଷ୍ଟର ଓ ଷ୍ଟିକେର ଉନ୍ମୋଚନ କରାଯାଇଥିଲା। ଆସନ୍ତା ୧୫ରି ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଲୋକ ମହୋତ୍ସବ ମାଲ୍ୟବନ୍ତ ମହୋତ୍ସବ ଲାଗି ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ବେଶ ତତ୍ପରତା ଦେଖିବାକୁ ମିଳିଥିବା ବେଳେ ମିଲେର ଆସୋସିଏସନ ପକ୍ଷରୁ ସମ୍ପୂର୍ଣ ସହଯୋଗ କରାଯାଇଛି।

Advertisment

ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜୁ ଜନତା ଦଳ  ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ବିଶାଲ ସିଂହ, ଏସପି ନୀତିଶ ବାଧଓ୍ୱାନୀ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ, ପିଏ, ଆଟିଡିଏ ତ୍ରିନାଥ ମାଝୀ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ, ଜିଲ୍ଲା କ୍ରୀଡା ଅଧିକାରୀ, ଡେପୁଟି କଲେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ।