ଖୋର୍ଦ୍ଧାରେ ଆଳୁ-ପିଆଜ ସଂକଟ ପାଇଁ ଲୋକଙ୍କୁ ଦୋଷ ଦେଲା ଯୋଗାଣ ବିଭାଗ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ଗତ ଦୁଇ ଦିନ ହଠାତ୍ ବଜାରରୁ ଆଳୁ, ପିଆଜ ଉଭାନ୍ ହୋଇଯାଇଥିଲା । କିଲୋଗ୍ରାମ୍ ପିଛା ଆଳୁ ୧୦ରୁ ୧୫ଟଙ୍କା ବଢ଼ିଯାଇଥିବା ବେଳେ ପିଆଜ ମଧ୍ୟ ୫ରୁ ୧୦ଟଙ୍କା ବୃଦ୍ଧି ପାଇଥିଲା । ତେବେ ଆଜି ବଜାରରେ ଆଳୁ ଓ ପିଆଜ ଦର କିଛି ପରିମାଣରେ ନିୟନ୍ତ୍ରଣ ରହିଛି । ଆଳୁ-ପିଆଜ ପାଇଁ ସାଧାରଣ ଖାଉଟି ଆତଙ୍କିତ ନହେବା ଓ ଆଗାମୀ ଦୁଇ-ତିନି ଦିନରେ ଆହୁରି ଦର ହ୍ରାସ ପାଇବା ସମ୍ଭାବନା ରହିଛି ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ।

୫ ତାରିଖରୁ ୧୪ ଦିନିଆ ଲକ୍‌ଡାଉନ୍ ଘୋଷଣା ହୋଇଥିଲା । ଏହାର ଆଢ଼ୁଆଳରେ ୪ ଓ ୫ ତାରିଖ ଦୁଇଦିନ ଖୋର୍ଦ୍ଧା ସହର ସମେତ ବାଲୁଗାଁ, ଚିଲିକା, ବେଗୁନିଆ, ଜଟଣୀ ଆଦି ଅଂଚଳରେ ଆଳୁ, ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଇଥିଲା । ଏପରିକି ଖୋର୍ଦ୍ଧା ବଜାରରୁ ଲୋକେ ପଚା ଆଳୁ ମଧ୍ୟ ନେଇଯିବା ଦେଖାଯାଇଥିଲା । ସେହି ଦିନ ଅପରାହ୍‌ଣରେ ଭୁବନେଶ୍ୱରରୁ ବେଗୁନିଆ ଯାଇଥିବା ଏକ ଆଳୁ ବୋଝେଇ ଗାଡ଼ିକୁ ଯୋଗାଣ ବିଭାଗ ଜବତ କରିଥିଲା । ନେଉଥିବା ଆଳୁର ଉଚିତ କାଗଜପତ୍ର, ଜିଏସ୍‌ଟି ଆଦି ନଥିବାରୁ ଆଳୁଗାଡ଼ିକୁ ଅଟକ ରଖାଯାଇଥିଲା । ଏଭଳି ଅହେତୁକ ଆଳୁ-ପିଆଜ ଦର ବୃଦ୍ଧିରେ ଯୋଗାଣ ବିଭାଗର ନିୟନ୍ତ୍ରଣ କରିବାରେ ଅପାରଗତାକୁ ସାଧାରଣରେ ସମାଲୋଚନା କରାଯାଇଥିଲା ।

ଦର ବୃଦ୍ଧି ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଦର ବୃଦ୍ଧି ହେବ ବୋଲି ଲୋକେ ଆତଙ୍କିତ ହୋଇ ଘରେ ପୂର୍ବରୁ ଆଳୁ ପିଆଜ ଆଦି ମହଜୁଦ କରିବା ଆବଶ୍ୟକ ନାହିଁ । ଖୋର୍ଦ୍ଧା ଜିଲ୍ଲାକୁ ୨୫୦ ମେଟ୍ରିକ୍ ଟନ୍ ଆଳୁର ଆବଶ୍ୟକତା ହୋଇଥାଏ । ଏତିକି ପରିମାଣର ଆଳୁ ଜିଲ୍ଲାକୁ ଆସୁଛି । ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ଆଳୁ ଦର ଆହୁରି ହ୍ରାସ ପାଇବ । ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେ ବିଭିନ୍ନ ବ୍ୟବସାୟୀ ସଂଘ ସହ ଆଲୋଚନା କରିଛନ୍ତି । ଯେଉଁଠି ମହଜୁଦ କରିବା ସୂଚନା ମିଳୁଛି ଚଢ଼ଉ କରାଯାଉଛି ।

ସମ୍ବନ୍ଧିତ ଖବର