ସମାଜ ସେବା ପାଇଁ ଅଣ୍ଟା ଭିଡିଲେ ୩୦ଯୁବକ: ଗଠନ କଲେ ‘ପାୱର ଅଫ୍ ୟୁନିଟି’

ଜୟପୁର: ଜୟପୁର ସହରର ବିଭିନ୍ନ ଅଂଚଳର ୩୦ଜଣ ଯୁବକ ସମାଜ ସେବା ପାଇଁ ଅଣ୍ଟାଭିଡି ବାହାରିଛନ୍ତି। ଏବଂ ଏଥି ପାଇଁ ଗଠନ କରିଛନ୍ତି ନୂତନ ସଂଗଠନ ‘ପାୱର ଅଫ୍ ୟୁନିଟି’। ସ୍ଥାନୀୟ ରାଜୁସାହିସ୍ଥ ପଂଚାନନ ମନ୍ଦିରରେ ଏହି ଯୁବକ ମାନେ ବୈଠକ କରିଥିଲେ। ଏହି ସଂଗଠନର ସଦସ୍ୟ ମାନେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଭାବ ଓ ଅସୁବିଧା ଭୋଗ କରୁଥିବା ରୋଗୀ ଓ ତାଙ୍କ ସଂପର୍କୀୟଙ୍କୁ ସହାୟତାର ହାତ ବଢ଼ାଇବାକୁ ନିଷ୍ପତି ହୋଇଥିଲା। ସେଭଳି ଜରୁରୀ ସମୟରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ରକ୍ତ ଅଭାବରେ କାହାରିକୁ ମରିବାକୁ ନ ଦେବା, ସହରର ବିଭିନ୍ନ ଅଂଚଳର ସଫେଇ, ପରିମଳ ଓ ପରିଚ୍ଛନ୍ନତା କରିବା, ବୃକ୍ଷ‌ ରୋପଣ କରି ପରିବେଶର ସୁରକ୍ଷା, ବସ୍ତି ଅଂଚଳରେ ଶିକ୍ଷାର ବିକାଶ କରିବାକୁ ନିଷ୍ପତ୍ତି ନେଇଥିଲେ।

ବିଭିନ୍ନ ସାହି ଓଗଳି ବାସିନ୍ଦାଙ୍କ ବିଭିନ୍ନ ଅଭାବ ଓ ଅସୁବିଧାକୁ ପ୍ରଶାସନର ଦୃଷ୍ଟିଗୋଚର କରାଇବା ସହ ଏହାର ସମାଧାନର ମାଧ୍ୟମ ହେବା ପାଇଁ ନିଷ୍ପତି ନେଇଥିଲେ। ଏଥିରେ ମନୋହର ଦାଶ ତ୍ରିପାଠୀ, ଆକାଶ ନାୟକ, ମହେଶ ଡାକୁଆ, ତପନ ଦାଶ ତ୍ରିପାଠୀ, ରାଜେଶ ଡାକୁଆ, ପ୍ରସନ୍ନ ଦଳେଇ, ରାଜେନ୍ଦ୍ର କୁମାର ସାହୁ, ସମର ମହାରାଣା, ପାରିତୋଷ ପ୍ରଜାପତି, ଜଗବନ୍ଦୁ ହରିଚନ୍ଦନ, ଚନ୍ଦନ ବିଷୋୟୀ, କେଭି ଶିବରାମ ଦୁର୍ଗାପ୍ରସାଦ, ସଜଂୟ କୁମାର ନାୟକ, ହିଂମାଶୁ ଶେଖର ମହାପାତ୍ର, ଉମେଶ ମହାପାତ୍ର, ଶୁଭମ ପଣ୍ଡା, ରାଜେନ୍ଦ୍ର ସାହୁ, ଜ୍ଞାନୀ, ଚାଣ୍ଟି ପ୍ରମୁଖ ଭାଗ ନେଇଥିଲେ। ଆଗାମୀ ଦିନରେ ଆହୁରି କିଛି ସମାଜସେବା ଦିଗରେ ମନ ବଳାଇଥିବା ଯୁବକଙ୍କୁ ଏଥିରେ ସାମିଲ କରାଯିବା ଲକ୍ଷ୍ୟ ରହିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର