ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ୍ ଥାନା ପକ୍ଷରୁ ଖୋର୍ଦ୍ଧା ନିକଟ ସର୍ଦ୍ଦରାପୁରଠାରେ ଥିବା ଏକ ବେଆଇନ ମାଙ୍କଡ଼ାପଥର ଖଣି ଉପରେ ଚଢ଼ାଉ କରାଯାଇ ୩ଟି ପାୱାରଟ୍ରଲର ସହ ପଥର କାଟିବା ପାଇଁ ବ୍ୟବହୃତ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ମିଳିଥିବା ସୂଚନାନୁସାରେ, ଆଜି ପୂର୍ବ ସୂଚନା ଆଧାରରେ ଖୋର୍ଦ୍ଧା ଟାଉନ୍ ଥାନାର ଏକ ପୁଲିସ ଟିମ୍ ସର୍ଦ୍ଦରାପୁରଠାରେ ଥିବା ଏକ ବେଆଇନ ମାଙ୍କଡ଼ାପଥର ଖଣି ଉପରେ ଚଢ଼ଉ କରିଥିଲା ।
ଯଦିଓ ପୁଲିସ ସେଠାରୁ ପଥର କାଟିବା ପାଇଁ ବ୍ୟବହୃତ ହେଉଥିବା ୩ଟି ପାୱାରଟିଲର ଓ ଅନ୍ୟ ସାମଗ୍ରୀ ଜବତ କରିଛି, କିନ୍ତୁ ପୁଲିସ ଟିମ୍ ପହଂଚିବା ଦେଖି ପଥର ମାଫିଆ ଓ ଶ୍ରମିକମାନେ ସେଠାରୁ ଫେରାର୍ ହୋଇଯାଇଥିବା ଜଣାଯାଇଛି । ଖୋର୍ଦ୍ଧା ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକ ଏନେଇ ସୂଚନା ଦେଇ କହିଛନ୍ତି ଯେ ଘଟଣାରେ ୨୯୯/୨୦୨୨ରେ ଏକ ମାମଲା ରୁଜୁ କରାଯାଇଛି । ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/sardapur-beaaina-mankada-pthar-khani-Khordha-PS.jpeg)