ବୃତ୍ତି ଏ ମୋ ପୋଷେ କୁଟୁମ୍ବ, ୨୫ ବର୍ଷ ହେବ ଲଣ୍ଡ୍ରି ଚଳାଉଛନ୍ତି ପ୍ରଦୀପ୍ତ

ଜଗତସିଂହପୁର ଟାଉନ୍: ପ୍ରଦୀପ୍ତ ସେଠୀ। ବୟସ ୫୦ ଛୁଇଁଲାଣି। ପୈତୃକ ଘର ବ୍ରହ୍ମପୁର। ବାପା ସ୍ବର୍ଗତ ଚନ୍ଦ୍ରମଣୀ ସେଠୀ ଓ ବୋଉ ଗୌରୀ ସେଠୀ। ସେଠାରେ କିଛି କାମ ମିଳିଲା ନାହିଁ। ରୋଜଗାର ଆଶାରେ ସେ ୧୯୬୫ରେ ବ୍ରହ୍ମପୁରରୁ ଜଗତସିଂହପୁର ଚାଲି ଆସିଥିଲେ। ସେବେଠାରୁ ଆଉ ଫେରି ନାହାନ୍ତି। ସେତେବେଳେ ବୁଲି ବୁଲି ଲୁଗା ସଫା କରିବା ସହ ଆଇରନ୍ ମଧ୍ୟ କରି ଦେଉଥିଲେ। କାଳକ୍ରମେ ୧୯୮୦ ରେ ଜଗତସିଂହପୁର ବସ୍‌ଷ୍ଟପ୍ ନିକଟରେ ଲଣ୍ତ୍ରିଟିଏ ଆରମ୍ଭ କଲେ। ଧୀରେ ଧୀରେ ଗ୍ରାହକଙ୍କ ପସନ୍ଦ ଆସିଗଲେ ଚନ୍ଦ୍ରମଣି। ଏହାପରେ ୧୯୯୭ରେ ସାରଦା ମଣ୍ତପ ତଳେ ସନ୍‌ସାଇନ୍ ଲଣ୍ତ୍ରି ଆରମ୍ଭ କଲେ। ସେତେବେଳକୁ ପ୍ରଦୀପ୍ତ ବାପାଙ୍କୁ ସହଯୋଗ କରୁ କରୁ ନିଜେ କାମ ଶିଖିଗଲେ। ଯୁବକ ବୟସରୁ ପରିବାରର ବୋଝ ତାଙ୍କ ଉପରକୁ ଚାଲି ଆସିଲା। ପରେ ପରେ କନ୍ଦରପୁରର ଶାନ୍ତି ସେଠୀଙ୍କୁ ବିବାହ କଲେ। ବର୍ତମାନ ଦିନକୁ ୨ ଶହରୁ ୩ ଶହ ଟଙ୍କା ରୋଜଗାର କରୁଛନ୍ତି।

ଜଗତସିଂହପୁର ସହରରେ ସେତେବେଳେ ୪୦ ହଜର ଟଙ୍କାରେ ଗୁଣ୍ଠେ ଜମି କିଣି ଥିଲେ। ଏବେ ସେହିଠାରେ ବୃଦ୍ଧା ବୋଉ ଓ ସାନ ଭାଇ ଓ ଧର୍ମପତ୍ନୀଙ୍କୁ ନେଇ ରହୁଛନ୍ତି। ପତ୍ନୀ ଶାନ୍ତି ମଧ୍ୟ ତାଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରନ୍ତି। ପ୍ରଦୀପ୍ତ କୁହନ୍ତି ମହରଗ ଦୁନିଆରେ ମୁଁ ବହୁତ କମ୍ ରୋଜଗାର କରୁଛି। ହେଲେ ବୃତ୍ତିକୁ କେବେ ଛାଡ଼ି ନାହିଁ। ଏଇ ବୃତ୍ତିରେ ମୁଁ ଭଗବାନଙ୍କୁ ପାଏ। ଆନନ୍ଦ ମିଳେ। ଗରାଖ ଖୁସି ହେଲେ ମୋତେ ବହୁତ ଖୁସିଲାଗେ। ବାପା ଦେଢ଼ ବର୍ଷ ତଳେ ଆରପାରିକୁ ଚାଲି ଗଲେ। ଏବେ ଦୁଃଖେ କଷ୍ଟେ ପରିବାର ଚଳି ଯାଉଛି। ଛୋଟିଆ ସଂସାରରେ ଖୁସିରେ ଅଛନ୍ତି ବୋଲି କୁହନ୍ତି ପ୍ରଦୀପ୍ତ।

ସମ୍ବନ୍ଧିତ ଖବର