ସମ୍ବାଦର ସାମ୍ବାଦିକ ପ୍ରଦୀପ ସାହୁଙ୍କ ବିୟୋଗରେ ସ୍ମୃତି ସଭା 

ଖୋର୍ଦ୍ଧା: ଦୈନିକ ସମ୍ବାଦର ଗଂଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ ସାହୁଙ୍କ କରୋନା ସଂକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦେହାନ୍ତ ହୋଇଯାଇଛି । ତାଙ୍କରି ବିୟୋଗରେ ଆଜି ଖୋର୍ଦ୍ଧା ଜିଲ୍ଲାର ସାମ୍ବାଦିକଙ୍କ ପକ୍ଷରୁ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।
ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ରଂଜନ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ପ୍ରଦୀପ ସାହୁ ଗଂଜାମ ଜିଲ୍ଲାରେ ସମ୍ବାଦର ପ୍ରତିନିଧି ଭାବେ ଯୋଗ ଦେବା ପୂର୍ବରୁ ଖୋର୍ଦ୍ଧାରେ ସାମ୍ବାଦିକତା କରୁଥିଲେ । ତାଙ୍କର ନିଷ୍ଠାପର ସାମ୍ବାଦିକତା ସମ୍ପର୍କରେ ସାମ୍ବାଦିକମାନେ ସ୍ମୃତିଚାରଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ନିରଂଜନ ଦୋରା, ପ୍ରକାଶ କୁମାର ହାତୀ, ପ୍ରସନ୍ନ କୁମାର ପାଇକରାୟ, ଜିତେନ୍ଦ୍ର ଭଂଜ, ରଂଜିତ ସାମନ୍ତରାୟ, ତପନ ମହାନ୍ତି, ନାରାୟଣ ମହାନ୍ତି, ରଂଜିତ ପାଟ୍ଟଷାଣୀ, ସନ୍ତୋଷ ବାରିକ, ଗୋବିନ୍ଦ ପଣ୍ଡା, ପ୍ରଶାନ୍ତ ସାହୁ, ପ୍ରବୀଣ ଭଂଜ, ମନୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଦିଲୀପ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର