ମାଳି ପର୍ବତରୁ ଖଣି ଖନନ ବନ୍ଦ କର: ପ୍ରଫୁଲ ସାମନ୍ତରା

କୋରାପୁଟ: ମାଳି ପର୍ବତରୁ ଖଣି ଖନନ ବନ୍ଦ କର। ସ୍ଥାନୀୟବାସିନ୍ଦା ଖଣି ଖନନକୁ ବନ୍ଦ କରିଥିବାବେଳେ କାହିଁକି ଉକ୍ତ କମ୍ପାନି ଖଣି ଖୋଳିବାକୁ ଚାହିଁଛି ତାହାର ତଦନ୍ତ ହେବ। ପରିବେଶ ମଞ୍ଜୁରୀ ନ ଥାଇ ମଧ୍ୟ କିପରି ଏହିଠାରେ ଖଣି ଖୋଳାଯିବ ତାହାକୁ ବିରୋଧ କରାଯିବ ବୋଲି କହିଛନ୍ତି ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମନ୍ତରା।

ସ୍ଥାନୀୟ କୋରାପୁଟ ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାର ଓ ଉକ୍ତ କମ୍ପାନି ବିରୋଧରେ ବର୍ଷିଥିଲେ । କୋରାପୁଟ ଜିଲ୍ଲାର ମାଳି ପର୍ବତରୁ ଖଣିଖନନକୁ ବିରୋଧ କରିଛି ମାଳି ପର୍ବତ ସୁରକ୍ଷା ସମିତି । ତେଣୁ ମାଳି ପର୍ବତରୁ ଖଣିଖନନ କରିବା ନେଇ ପରିବେଶ ମଂଜୁରୀ ଜନଶୁଣାଣୀକୁ ତିବ୍ର ବିରୋଧ କରାଯିବ ବୋଲି କହିଛନ୍ତି ପ୍ରଫୁଲ୍ଲ । ଆସନ୍ତା ୨୨ତାରିଖ ଦିନ ସରକାର ମାଳିପର୍ବତ ଓ ଦେଓମାଳିକୁ ପରିବେଶ ମଂଜୁରୀ ଜନଶୁଣାଣୀ ରଖିଛନ୍ତି ।

ବର୍ତମାନ ମାଳି ପର୍ବତରେ ଖୁବ କମ ପରିମାଣର ଖଣିଜ ସଂପଦ ରହିଛି । ମାଳି ପର୍ବତରୁ ଖଣିଜ ସଂପଦ ବାହାର କରାଗଲେ କୋରାପୁଟ ଅଂଚଳର ଜଳବାୟୁ, ଜଳସ୍ତର ଓ ଅଂଚଳ ମରୁଭୁମି ପାଲଟି ଯିବ । ତେଣୁ ଆଦିବାସୀଙ୍କ ସୁରକ୍ଷା ତଥା ପ୍ରକୃତିକ ସଂପଦର ସୁରକ୍ଷା ପାଇଁ ଖଣିଲିଜ ବାତିଲ ଆଦେଶ ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯିବ ବୋଲି ସେ ଜଣେଇଛନ୍ତି । ଏହି ସମ୍ମିଳନୀରେ ଆଡଭୋକେଟ ଗୁପ୍ତେଶ୍ୱର ପାଣିଗ୍ରାହୀ ଓ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ମାଳି ପର୍ବତ ସପକ୍ଷବାଦୀଙ୍କ ପକ୍ଷରୁ ତୀବ୍ର ବିରୋଧର ଶିକାର ହୋଇ ଦୀର୍ଘ ଏକ ଘଣ୍ଟା ଧରି ପ୍ରେସକ୍ଲବରେ ବନ୍ଦି ହୋଇ ରହିଥିଲେ ପ୍ରଫୁଲ ଓ ତାଙ୍କ ସହଯୋଗୀ। ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ଉଦ୍ଦାର କରିଥିଲେ। ଏହାପରେ ସେ ଗନ୍ତବ୍ୟସ୍ଥଳକୁ ଯାଇଥିଲେ।

ସମ୍ବନ୍ଧିତ ଖବର