ନକ୍ସଲଙ୍କ ପ୍ରଜାକୋର୍ଟ: ଦୋଷ ସ୍ବୀକାର ପରେ ଆତ୍ମସମର୍ପଣ କରିଥିବା ମାଓବାଦୀକୁ ଛାଡିଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଘଞ୍ଚ ଜଙ୍ଗଲ ମଧ୍ୟରେ ଅତ୍ୟା ଆଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଲାଲ ବାହିନୀର ଗରିଲା କମ୍ରେଡ଼ ମାନେ ଏକ ବୈଠକ କରିଥିଲେ। ଏହି ବୈଠକରେ ଉପସ୍ଥିତ ରହିଛନ୍ତି ଗରିଲା ବାହିନୀର କ୍ୟାଡରଙ୍କ ସମେତ ଗ୍ରାମବାସୀ। ଏହି ବୈଠକ କୌଣସି ସାଧାରଣ ବୈଠକ ନୁହଁ। ଏ ହେଉଛି ଲଲବହିନୀର ତଥାକଥିତ ପ୍ରଜକୋର୍ଟ। ଏହି ପ୍ରଜାକୋର୍ଟ କୌଣସି ପୁଲିସର ସୂଚନା ଦାତା କି ସୁରକ୍ଷା ବାହିନୀର କର୍ମକର୍ତାଙ୍କ ବିରୋଧରେ ଏହି ପ୍ରଜକୋର୍ଟ ଆୟୋଜନ ହେଉନାହିଁ। ଏଠି ଅଭିଯୁକ୍ତ ଅଛନ୍ତି ସାଥି କମ୍ରେଡ଼। ଯିଏ କି ମାଓବାଦୀ ପାର୍ଟି ଛାଡି ଗତ କିଛିଦିନ ହେବ ଆତ୍ମସମର୍ପଣ କରିଥିଲେ। ଆଉ ସାଥିରେ ଜଣେ ମହିଳା କ୍ୟାଡ଼ରଙ୍କୁ ସାଙ୍ଗରେ ନେଇ ଯାଇ ବିଭାହ କରିଥିଲେ। ଏହି ଦୃଶ୍ୟଟି ହେଉଛି ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ କିସ୍ତାରାମ ଜଙ୍ଗଲର ଦୃଶ୍ୟ। ସୀମାନ୍ତ ଚାର୍ଲା ସବେରୀ  ଏରିଆ କମିଟି ମାଓବାଦୀରେ କାର୍ଯ୍ୟରତ ଥିବା ପୂର୍ବତନ ମାଓବାଦୀ ଜୀବନ ରାମ ଗତ କିଛିଦିନ ହେବ ମାଓବାଦୀ ସଂଗଠନରୁ ମୁହଁ ଫେରାଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଆଉ କିଛି ଟଙ୍କା ଲୋଭରେ ପାର୍ଟି ଛାଡି ସାଥି କ୍ୟାଡ଼ର ଗାଙ୍ଗୀଙ୍କୁ ବିଭାହ କରିଥିଲେ।

Sambad

ଏହି ଘଟଣାର କିଛିଦିନ ପରେ ଗରିଲା ବାହିନୀର ସ୍କାନରରେ ରହି ଆସୁଥିଲେ। ଶେଷରେ ଅପହରଣ ହୋଇ ଏବେ ପ୍ରଜକୋର୍ଟର ସାମ୍ନା କରୁଛନ୍ତି। ପ୍ରଜକୋର୍ଟରେ ନିଜର ଭୁଲ ସ୍ୱୀକାର କରି ସୁରକ୍ଷା ବାହିନୀ କିଭଳି ମାଓବାଦୀଙ୍କ ମୂଳପଛ କରିବା ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାର ମାନେ ଅପରେସନ ଆରମ୍ଭ କରିଛନ୍ତି ସେସବୁ ନକ୍ସଲ ନିକଟରେ ବଖାଣିଥିଲା। ଏହି ମାଧ୍ୟମରେ ପ୍ରଲୋଭନ ଦେଖାଇ ଜଳ ଜଙ୍ଗଲ ଜମି ଏବଂ ଅଧିକାରର ଲଢେଇ ଲଢ଼ୁଥିବା କ୍ୟାଡ଼ର ମାନଙ୍କୁ ନିଜ ନିଜ ଭିତରେ ଫାଟ ସୃଷ୍ଟି କରି ଆସୁଛନ୍ତି। ଯାହାର ପରିଣାମ କି ଏହି ଘଟଣା। ତେବେ ଦୋଷ ସ୍ୱୀକାର କରିବା ପରେ କ୍ୟାଡ଼ର ନକ୍ସଲମାନେ ପାର୍ଟିରୁ ମୁହଁ ଫେରାଇଥିବା ଅଭିଯୁକ୍ତ କ୍ୟାଡ଼ର ବିରୁଦ୍ଧରେ ଗୀତ ଓ ବାଦ୍ୟ ମାଧ୍ୟମରେ ସ୍ଥାନୀୟ ଅଧିବାସୀଙ୍କ ସମ୍ମୁଖରେ ତାଂକର କାପୁରୁଷତାକୁ ଉପସ୍ଥାପନ କରିଥିଲେ। ମାଓବାଦୀଙ୍କ ବିରୋଧରେ ମୁଣ୍ଡ ଟେକୁଥିବା ବିରୋଧୀଙ୍କୁ ଚେତାବନୀ ଦେଇଥିଲେ। ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିବା ପରେ ଗମାବାସୀଙ୍କୁ ହସ୍ତାନ୍ତର କରିଥିବା ମାଓ କ୍ୟାଡ଼ର ଚେର୍ଲା ସବେରୀ ଏରିଆ କମିଟି ମାଓବାଦୀ ପାର୍ଟି ସମ୍ପାଦିକା ଆରୁଣା ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର