ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବରେ ଯୁବନେତା ପ୍ରଦୀପ ସେଠୀଙ୍କୁ ଦଳ ବିଧାୟକ ଟିକଟ୍ ଦେବାପରେ ବଢ଼ିଚାଲିଛି ଅସନ୍ତୋଷ। ଏଠାରୁ ପୂର୍ବତନ ବିଧାୟକ ବିନୋଦ ପାତ୍ର ଦଳୀୟ ଟିକଟ୍ ପାଇବେ ବୋଲି ଆଶା ରଖିଥିଲେ। ସେଥିପାଇଁ ସେ ସଙ୍ଗଠନ ଜାରି ରଖିଥିଲେ। ଶେଷରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏହାପରେ ବିନୋଦଙ୍କ ସମର୍ଥକମାନେ ଦଳରୁ ଇସ୍ତଫା ଦେବା ଆରମ୍ଭ କରିଛନ୍ତି। ବୁଧବାର ଦଳର ବରାଷ୍ଟ ନେତା ତଥା ସୁବଳୟା ସରପଂଚ ପ୍ରମୋଦ କୁମାର ମହାପାତ୍ର ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ଶରତ କୁମାର ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ପ୍ରଦାନ କରିଥିବା କହିଛନ୍ତି। ତେବେ ସେ କେଉଁ ଦଳରେ ଯୋଗ ଦେଖି ବୋଲି ପଚାରିବାରୁ ଅପେକ୍ଷା କରନ୍ତୁ ସବୁ ଯାଣିବେବୋଲି ତାଙ୍କ ପ୍ରତିକ୍ରିୟାରେ ‘ସମ୍ବାଦ’କୁ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରମୋଦ ମହାପାତ୍ର ଜଣେ ଦକ୍ଷ କଂଗ୍ରେସ ସଙ୍ଗଠକ ଭାବରେ ପରିଚିତ। ସେ ଚାରିଥର ସୁବଳୟା ସରପଂଚ ଭାବରେ ନିର୍ବାଚିତ ହୋଇଛନ୍ତି। ଗତ ୧୫ ତାରିଖରେ ବ୍ଳକ କଂଗ୍ରେସ ସଭାପତି ପଦରୁ ବସନ୍ତ କୁମାର ମହାକୁଡ଼ ଇସ୍ତଫା ପ୍ରଦାନ କରିଛନ୍ତି। ସେହିପରି ଭାବରେ ମଙ୍ଗଳବାର ଦିନ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର ପତି, ଜିଲ୍ଲା ଉପସଭାପତି ରାଜଗୋପାଲ ପାଣିଗ୍ରାହୀ, ଓବିସି ସେଲର୍ ସଭାପତି ହରିହର ପାତ୍ର ଇସ୍ତଫା ପ୍ରଦାନ କରିଛନ୍ତି। ତା ପୂର୍ବରୁ ଜିଲ୍ଲାର ପୂର୍ବତନ ଓବିସି ସେଲର୍ ସଭାପତି ତଥା ଯୁବ ସଙ୍ଗଠକ ପ୍ରେମାନନ୍ଦ ଜଟି ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ଦିନକୁ ଦିନ ଯଦି କଂଗ୍ରେସ ଦଳରୁ ଏଭଳି ଇସ୍ତଫା ଜାରି ରହେ ତାହାଲେ ତାହେଲେ ସଙ୍ଗଠନ ଆହୁରି ଦୁର୍ବଳ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତପ୍ରକାଶ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/bmpur.jpg)