୨୦ରେ ସୁନ୍ଦରଗଡ଼ ଆସୁଛନ୍ତି ତୋଗାଡିଆ, ହିନ୍ଦୁପ୍ରେମୀଙ୍କ ମଧ୍ୟରେ ଉତ୍ସାହ

ସୁନ୍ଦରଗଡ଼: ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ମୁଖ୍ୟ ଡ. ପ୍ରବୀଣ ଭାଇ ତୋଗାଡିଆ ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଗସ୍ତରେ ଆସୁଥିବା ଜଣାପଡିଛି । ତୋଗାଡିଆଙ୍କ ଗସ୍ତକୁ ନେଇ ଜିଲ୍ଲାର ପରିଷଦ କର୍ମକର୍ତ୍ତା ଓ ହିନ୍ଦୁପ୍ରେମୀଙ୍କ ଭିତରେ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦ ତାରିଖରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସୁନ୍ଦରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ମୁଖ୍ୟାଳୟସ୍ଥିତ ମାଦ୍ରୀକାଲୋ ଭବନ ପ୍ରାଙ୍ଗଣରେ ହେବାକୁ ଥିବା ବିଶାଳ ହିନ୍ଦୁ ସମ୍ମିଳନୀକୁ ତୋଗାଡିଆ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ତାଛଡା ସୁନ୍ଦରଗଡ଼ ଜିଲ୍ଲାରେ ସଂଗଠନକୁ ସଶକ୍ତ କରିବା ସହ ଧର୍ମାନ୍ତରୀକରଣ, ଗୋ-ହତ୍ୟାକୁ କିଭଳି ରୋକା ଯାଇପାରିବ, ସେ ସମ୍ୱନ୍ଧରେ ମଧ୍ୟ ବିସ୍ତୃତ ଭାବେ ରୂପରେଖ ତିଆରି ହେବାର କାର୍ଯ୍ୟକ୍ରମ ରହିଛି | ତୋଗାଡିଆଙ୍କ ଗସ୍ତକୁ ନେଇ ପ୍ରଶାସନ ମଧ୍ଯ ସକ୍ରିୟ ହୋଇପଡିଛି।

ସମ୍ବନ୍ଧିତ ଖବର