କରୋନା ଭାଇରାସ ମାଲକାନଗିରି ଜିଲ୍ଲାକୁ ନ ଆସିବା ପାଇଁ ପୂଜାର୍ଚ୍ଚନା

ମାଲକାନଗିରି: କରୋନା ଭାଇରାସ ଯେପରି ନ ଆସିବ ସେଥିପାଇଁ ପୂଜାର୍ଚ୍ଚନା ଆରମ୍ଭ ହୋଇସାରିଲାଣି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମାସ୍ଥିତ ଏମଭି-୨ ଗ୍ରାମରେ। ଏଠାରେ ଗ୍ରାମବାସୀ ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି। ଗ୍ରାମବାସୀ ସକାଳୁ ଗାଧୋଇ ନିଜ ନିଜ ଘରୁ ପୂଜାର୍ଚ୍ଚନା ପାଇଁ ପୂଜା ସାମଗ୍ରୀ ଧରି ଏକତ୍ର ହୋଇ ଗ୍ରାମଦେବୀଙ୍କ ନକଟରେ ପହଞ୍ଚିଥିଲେ।

ମାଲକାନଗିରି ଜିଲ୍ଲାକୁ ଯେଭଳି ଏହି ମାରାତ୍ମକ ରୋଗ ପଶିନପାରେ ଗ୍ରାମବାସୀ ଦେବୀଙ୍କ ନିକଟରେ ଶରଣ ପଶିଥିଲେ। ଜିଲ୍ଲାରେ ରହୁଥିବା ସରଳ ନୀରିହ ଲୋକେ ଏହି ରୋଗରୁ ବର୍ତ୍ତିପାରିବେ ନାହିଁ। କରୋନା ଭାଇରାସ ସଂପର୍କରେ ଗ୍ରାମବାସୀ ଅଧିକ ଜାଣିନଥିଲେ ମଧ୍ୟ ଗଣମାଧ୍ୟମରେ ଯାହା ସେମାନେ ଦେଖିଛନ୍ତି ସେତିକିରେ ଭୟ ଜାତ ହୋଇଥିବା କହିଥିଲେ। ଚୀନ ଦେଶରୁ ଏହି ରୋଗ ବ୍ୟାପିଥିବା କହୁଥିବା ବେଳେ ଆମ ଭାରତକୁ ମଧ୍ୟ ଏହି ରୋଗ ଗ୍ରାସ କରିଥିବା ସେମାନେ କହିଥିଲେ। ତେଣୁ ମାଲକାନଗିରି ଜିଲ୍ଲାକୁ ଯେଭଳି ଏହି ରୋଗ ପଶିନପାରେ ସେଥିପାଇଁ ମା’ ହିଁ ଏକମାତ୍ର ସାହା ବୋଲି ଲୋକେ କହିଥିଲେ।

ତେବେ ଗ୍ରାମବାସୀଙ୍କର କରୋନାକୁ ରୋକିବାରେ ଏହି ଅଭିନବ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ତେବେ କୌଣସି ବ୍ୟକ୍ତି ଅଜଣା ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ପ୍ରଶାସନ ନିକଟରେ ସୂଚନା ଦେବା ସହ ବାହରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିର ରିପୋର୍ଟ ଗ୍ରାମବାସୀ ରଖିବା ଦରକାର ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର