ଖୋର୍ଦ୍ଧା: ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନା ସଂକ୍ରମିତ ହେବା ପରେ ଖୋର୍ଦ୍ଧାର ବିଭିନ୍ନ ସଂଗଠନ ପକ୍ଷରୁ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା ଓ ଦୀପଦାନ କରାଯାଇଛି। ଖୋର୍ଦ୍ଧା ନାଗରିକ ମଂଚ, ନ୍ୟୁ ଥିଂକିଂ ଫୋରମ୍ ପକ୍ଷରୁ ସ୍ଥାନୀୟ ସ୍ୱପ୍ନେଶ୍ୱର ମନ୍ଦିର ଠାରେ ସାମୂହିକ ଦୀପଦାନ କରାଯାଇଛି। ଏହି ଅବସରରେ ନାଗରିକ ମଂଚର ସଭାପତି ତଥା ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ସମ୍ପାଦକ ସଂଜୟ ପଟ୍ଟନାୟକ, ଡ ଦିଲିପ ଶ୍ରୀଚନ୍ଦନ, ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ସତ୍ୟବାଦୀ ବଳିଆରସିଂହ, ଭୀମସେନ ପ୍ରଧାନ, ମହମ୍ମଦ କେଫାତୁଲ୍ଲା, ଶାହାଜାହାନ ଖାଁ, ନ୍ୟୁ ଥିଂକିଂ ଫୋରମ୍ ନରେନ୍ଦ୍ର ପୃଷ୍ଟି, ପ୍ଲାବନ ପଟ୍ଟନାୟକ, ଅଖିଳ ପ୍ରଧାନ, କଳିଙ୍ଗ ପାଇକ ସଂଗଠନର ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।
/sambad/media/post_attachments/wp-content/uploads/2020/08/Chairmannka-pain-anjuma-Islamiya-ra-parthana-1024x498.jpeg)
ସେହିଭଳି ଗୋଡ଼ିପୋଖରୀ ଠାରେ ଥିବା ଈଶ୍ୱରୀୟ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ସେବାକେନ୍ଦ୍ରରେ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ଦୀପଦାନ ଓ ପ୍ରାର୍ଥନା କରାଯାଇଛି। ତୋଟାପଡ଼ା ଠାରେ ଅହମ୍ମଦୀୟା ଅଂଜୁମନ ଇସଲାମୀୟ ପକ୍ଷରୁ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ନମାଜ ପାଠ ଓ ପ୍ରାର୍ଥନା କରାଯାଇଥିଲା। ଏଥିରେ ଅଂଜୁମନର ସଭାପତି ରମଜାନ ଖାଁ, ସାଧାରଣ ସମ୍ପାଦକ ହାଜି ନସିମ ଉଦ୍ଦୀନ ଖାଁ, ସଲାବତ ଖାଁ, ଅତିବୁର ରହେମାନ, ଶିଶିର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Soumya-Ranjan-Patnaik-f.jpg)