ଜଳେଶ୍ଵର/କମର୍ଦ୍ଦା: ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ୭୨ତମ ଜନ୍ମଦିନ ଅବସରରେ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ଭୋଗରାଇ ବ୍ଲକ୍‌ ଅଧୀନ ନହରା ପଞ୍ଚାୟତ ବଡ଼ମନ୍ଦାରୁଣୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ସହ ଦୀପଦାନ କରାଯାଇଛି। ମନ୍ଦିରର ମୁଖ୍ୟ ସେବାୟତ ରବିନାରାୟଣ ଦାଶଙ୍କ ତତ୍ତ୍ବାବଧାନରେ ପୂର୍ବାହ୍ନରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଅପରାହ୍ନରେ ଶ୍ରୀ ଦାସ ଓ ବିଶିଷ୍ଟ ପୂଜକ ତଥା ସାମ୍ବାଦିକ ନରନାରାୟଣ ମିଶ୍ରଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଦୀପ ଦାନ କରାଯାଇଥିଲା। ‘ସମ୍ବାଦ’ର ଜଳେଶ୍ଵର ପ୍ରତିନିଧି ସତ୍ୟବ୍ରତ ପ୍ରଧାନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ଉପ ସଭାପତି ସୁବ୍ରତ ରଣା, କମର୍ଦ୍ଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନିଲ କୁମାର ଜେନା, ଓ୍ବାର୍ଡ ସଭ୍ୟ ସୁବ୍ରତ କୁମାର ପ୍ରଧାନ, ଅବସରପ୍ରାପ୍ତ ସାମରିକ କର୍ମଚାରୀ ଦେବବ୍ରତ ପ୍ରଧାନ, ଅଂଶୁମାନ ରାଉତ, ଦୀପକ ଘୋଷ, ଉତ୍ତମ ଦଳାଇ, ଦୁର୍ଗାଶଙ୍କର ଦଳାଇ, ପରେଶ ଜେନା, ସରୋଜ ପାଳ, ଗୋପାଳ ମହାନ୍ତି, ଦେବସ୍ମିତା ରାଉଳ, ମୋନାଲିସା ପରିଡ଼ା, ଶୁଭାଶିଷ ଦାସ, ପରମେଶ ଦାସ, ଅଚିନ୍ତ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।