ଏଏନ୍‌-୩୨ ନିଖୋଜ ଘଟଣା: ସୁନିତଙ୍କ ପାଇଁ ପୈତୃକ ଗ୍ରାମରେ ଦୀପ ଜାଳିଲେ ମହିଳା, ସଂପର୍କୀୟଙ୍କୁ ଭେଟିଲେ ବିଧାୟକ

ଭଂଜନଗର: ଭାରତୀୟ ବାୟୁସେନା ବିମାନ ଏଏନ-୩୨ ନିଖୋଜ ହେବା ଘଟଣା ୭ ଦିନ ବିତି ଯାଇଥିବା ବେଳେ ଓଡ଼ିଆ ପାଇଲଟ ସୁନିତଙ୍କ ଗାଁର ମହିଳାମାନେ ମଙ୍ଗଳ କାମନା କରି ମନ୍ଦିରରେ ଦୀପ ଜାଳିଛନ୍ତି। ବହୁ ସଂଖ୍ୟାରେ ମହିଳା ଆଜି ମନ୍ଦିରରେ ଦୀପ ଜାଳି ସୁନିତ ଭଲରେ ଫେରି ଆସନ୍ତୁ ବୋଲି ଠାକୁରାଣୀଙ୍କ ଦୀପ ଜାଳିଛନ୍ତି। ଅନ୍ୟପଟରେ ଆସିକ ବିଧାୟକ ମଂଜୁଳା ସ୍ୱାଇଁ ଆଜି ସୁନିତଙ୍କ ଦାଦା ପ୍ରଦୀପ କୁମାର ମହାନ୍ତି ଓ ଖୁଡ଼ି ପ୍ରଶାନ୍ତି ମହାନ୍ତି ସମେତ ଅନ୍ୟ ସଂପର୍କୀୟଙ୍କୁ ଭେଟିଛନ୍ତି।

ଭାରତୀୟ ବାୟୁସେନାର ବିମାନ, ସ୍ଥଳସେନା ଓ ନୌସେନା ଏଏନ୍‌-୩୨କୁ ଖୋଜୁଛି। ନିଖୋଜ ବିମାନ ସଂପର୍କରେ ସୂଚନା ପ୍ରଦାନକାରୀଙ୍କୁ ବାୟୁସେନା ପକ୍ଷରୁ ୫ ଲକ୍ଷ ଟଙ୍କା ପୂରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ଓଡିଆ ପାଇଲଟ ସୁନିତ ମହାନ୍ତି (୨୪)ଙ୍କ ସହ ବିମାନରେ ମୋଟ ୧୩ ଜଣ ସଦସ୍ୟ ଥିଲେ। ଏଥି ପାଇଁ ସେନାର ଏହି ୧୩ ପରିବାର ଏବେ ଏକ ଦୁଃଖଦ ପରିସ୍ଥିତି ଦେଇ ସମୟ କାଟୁଛି।

ସୁନିତ ମହାନ୍ତିଙ୍କ ଘର ଆମ୍ବପୁଆ ପଞ୍ଚାୟତର ବଳିଆପଲ୍ଲି ଗ୍ରାମ। ଗାଁରେ ରହୁଥିବା ସୁନିତଙ୍କ ସମ୍ପର୍କୀୟ ବଡବାପା ପଣ୍ଡିତ ବଲ୍ଲଭ ମହାନ୍ତିଙ୍କ କହିବାନୁଯାୟୀ, ସୁନିତଙ୍କ ପିତା ସୁରେନ୍ଦ୍ର ନାଥ ମହାନ୍ତି ମଧ୍ୟ ବାୟୁ ସେନାରେ ଚାକିରି କରୁଥିଲେ। ଏହାପରେ ସେଠାରୁ ଭଲ୍ୟୁଣ୍ଟାରି ଅବସର ନେବା ପରେ ସେ କେଣସି ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ସୁନିତ ଏୟାର ଫୋର୍ସରେ ନିଯୁକ୍ତି ପାଇବା ପରେ ଆସାମ ଚାଲିଯାଇଥିଲେ। ସୁନିତ ପରିବାର ଦିଲ୍ଲୀର ବସବାସ କରୁଥିଲେ ବି ତାଙ୍କର ଦାଦା ଖୁଡ଼ି ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକର ବଲିଆପଲ୍ଲୀ ଗ୍ରାମରେ ରହୁଛନ୍ତି।। ମଝିରେ ମଝିରେ ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଂଚଳରେ ଥିବା ପୈତୃକ ଗାଁକୁ ଆସିଥାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ତାରିଖରେ ୧୩ ଜଣଙ୍କୁ ନେଇ ଏନ-୩୨ ବିମାନ ଆସାମ ଜୋରହାଟରୁ ଉଡାନ କରିଥିଲା। ଏଥିସହ ଅରୁଣାଞ୍ଚଳ ପ୍ରଦେଶର ମେନଚୁକା ଏୟାର ଫିଲ୍‌ଡରେ ଅବତରର ପୂର୍ବରୁ ବିମାନଟି ନିଖୋଜ ହୋଇଯାଇଥିଲା। ସେହି ଦିନ ଠାରୁ ନିଖୋଜ ବିମାନ ଖୋଜିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଥିବା ବେଳେ କେଣସି ସୂଚନା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର