ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ନକ୍ସଲ ସଂଗଠନ ଦରଭା ଡିଭିଜନ ତରଫରୁ ଆଜି ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି।ଯେଉଁଥିରେ ପୁଲିସର କାର୍ଯ୍ୟକଳାପକୁ ନେଇ ଅଭିଯୋଗ କରାଯାଇଛି। ସୀମାନ୍ତ ଛତିଶଗଡର ଦନ୍ତେଵାଡା ପୁଲିସ ଉପରେ ନକ୍ସଲ ମିଥ୍ୟା ଏନକାଉଣ୍ଟରର ଅଭିଯୋଗ କରିଛନ୍ତି। ପୁଲିସ ଗ୍ରାମବାସୀଙ୍କୁ ଧରି ଜଂଗଲରେ ଗୁଳି ମାରି ହତ୍ୟା କରିବା ପରେ ଗଣମାଧ୍ୟମ ଆଗରେ ଏନକାଉଣ୍ଟର କରାଯାଇଥିବା କହୁଛି। ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ବେଟ୍ଟି ହୁଙ୍ଗା ନାମକ ଗ୍ରାମବାସୀ ପିଡିଏସ ଚାଉଳ ପାଇଁ ପଞ୍ଚାୟତକୁ ଯାଉଥିଲା। ତେବେ ଜଂଗଲରେ ଡିଆରଜି ଯବାନ ବେଟ୍ଟି ହୁଙ୍ଗାକୁ ଧରି ନକ୍ସଲ ବୋଲି ନେଇ ଜଂଗଲରେ ଗୁଳି କରି ହତ୍ୟା କରିଥିଲେ। ପରେ କୁହାଯାଇଥିଲା କି ଜଂଗଲପାଲ ଏବଂ ଗାଦାମ ଜଂଗଲରେ ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ୍ୟୁବରଣ କରିଛି। ସେ ହେଉଛି ବେଟ୍ଟି ହୁଙ୍ଗା। ବେଟ୍ଟି ହୁଙ୍ଗା ନାମରେ ସରକାର ଏକ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ମଧ୍ୟ କୁହାଯାଇଥିଲା। /sambad/media/post_attachments/wp-content/uploads/2021/04/Mkg-naxal-sangathan-1.jpg)
Sambadଯାହାକୁ ନକ୍ସଲ ସଂଗଠନର ଦରଭା ଡିଭିଜନର ସଚିବ ସାଇନାଥ ମିଥ୍ୟ ବୋଲି କହିଛି।
ସାଇନାଥଙ୍କ କହିବା ହେଲା ଗତ ମାର୍ଚ୍ଚ ୨୦ ତାରିଖ ଦିନ ଡିଆରଜି ଯବାନ ହଡମା ମାଣ୍ଡବି ଏବଂ ଆୟିତା ସୋଡିକୁ ଘରୁ ଉଠାଇ ନେଇ ତାକୁ ମିଥ୍ୟା ଏନକାଉଣ୍ଟର କରି ହତ୍ୟା କରିଥିଲେ। ଜିଲ୍ଲାର ଏସପି ଅଭିଷେକ ପଲ୍ଲବ ଗଣମାଧ୍ୟମ ଆଗରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଦୁଇ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା କହି ପ୍ରଚାର କରୁଛନ୍ତି। ଗତ ଚାରି ମାସ ମଧ୍ୟରେ ମିଥ୍ୟା ଏନକାଉଣ୍ଟର କରି ୬ ଜଣ ଗ୍ରାମବାସୀଙ୍କୁ ପୁଲିସ ହତ୍ୟା କରିଥିବା ନକ୍ସଲ ସଂଗଠନର ସଚିବ ସାଇନାଥ ଅଭିଯୋଗ କରିଛି।ଜଣେ ସମାଜସେବୀ ମାଡକମ ହିଡମେଙ୍କୁ ଗତ ମାର୍ଚ୍ଚ ୮ ତାରିଖ ଦିନ ସମେଲି ପାଣ୍ଡୁପାରାରୁ ଧରି ନେଇ ମିଥ୍ୟା ଆରୋପ ଲଗାଇ ଜେଲରେ ଭର୍ତ୍ତି କରିଥିବା ଅଭିଯୋଗ କରାଯାଇଛି।ଏହାକୁ ସୋନି ସୋରି ଭଳି ସାମାଜିକ କର୍ମୀ ମଧ୍ୟ ମିଥ୍ୟା ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Mkg-naxal-sangathan-2.jpg)