ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଓ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର/ବିଜାତଳା: ମୟୂରଭଞ୍ଜ ଜିଲ୍ଲା ଗ୍ରାମାଂଚଳ ଥାନା ଅଂଚଳରେ ଲଜ୍ଜା । ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅଂଚଳରେ ଗତ ୧୧ ତାରିଖ ଦିନ ଜଣେ ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା ଧମକ ଦେଇଛି ଅଭିଯୁକ୍ତ । ୧୧ ତାରିଖ ରାତିରେ ପୋଡାଡିହା ଗ୍ରାମର ଜୟପାଲ ସିଂଙ୍କ ପୁଅ ବବଲୁ ଜୈନେକ ଗର୍ଭବତୀ ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା ଏବଂ ସେ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ଦେଇଥିଲା । ପୀଡିତା ଜଣଙ୍କ ଏ ସମ୍ବନ୍ଧରେ ପରିବାର ଲୋକଙ୍କୁ କହିବା ପରେ ଗ୍ରାମାଂଚଳ ଥାନାରେ ଅଭିଯୋଗ କରିଥିଲେ । ଏନେଇ ଥାନାରେ କେସ୍‌ ନଂ ୧୪୬/୨୦ ରେ ଏକ ମାମଲା ରୁଜୁ ହୋଇଛି । ତେବେ ଅଭିଯୁକ୍ତ ବବଲୁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଘଟଣାର ଅଧିକ ତଦନ୍ତ କରୁଛନ୍ତିି ।

ସମ୍ବନ୍ଧିତ ଖବର