ବୁର୍ଲା: ବୁର୍ଲା ଭିମସାର୍ ଫିମେଲ୍ ସର୍ଜରୀ ବିଭାଗରେ ୫ ଦିନ ହେଲା ଜଣେ ଅଜଣା ଗର୍ଭବତୀ ମହିଳା ରୋଗୀ ଅତିରିକ୍ତ ଶଯ୍ୟା ସଂଖ୍ୟା ୮୭ ରେ ରହି ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,ବାମରା ରେଲୱେ ଷ୍ଟେସନ କିଛି ଦୂରରେ ଜଣେ ଅଜଣା ମହିଳାଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲା। କେହି ଜଣେ ତାଙ୍କୁ ଉଦ୍ଧାରକରି ଭିମସାର୍ର ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରି
ଚାଲି ଯାଇଥିଲେ। ସେଠାରେ ଡାକ୍ତର ତାଙ୍କ ପ୍ରାଥମିକ ଚିକିତ୍ସା କରି ତାଙ୍କୁ ଫିମେଲ୍ ସର୍ଜରୀ ବିଭାଗର ଅତିରିକ୍ତ ଶଯ୍ୟା ସଂଖ୍ୟା ୮୭ କୁ ସ୍ଥାନାନ୍ତର କରିଥିଲେ। ଉକ୍ତ ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ମାନ ମଧ୍ୟ ରହିଛି। ସେ ଟ୍ରେନ୍ରେ ଯାତ୍ରା କରୁଥିବା ବେଳେ ଖସି ପଡ଼ିଥିବା କିମ୍ବା ତାଙ୍କୁ କେହି ଠେଳି ଦେଇଥିବା ସନ୍ଦେହ କରାଯାଉଛି। ଏପଟେ ମହିଳା ଜଣକ ଚେତା ଫେରିଛି। ହେଲେ, ଘଟଣା ସଂପର୍କରେ କିଛି କହୁନଥିବା ଜଣାପଡ଼ିଛି। ଉକ୍ତ ମହିଳାଙ୍କ ବିଷୟରେ କେହି ସହୃଦୟ ବ୍ୟକ୍ତି ଜାଣିଥିଲେ ମେଡ଼ିକାଲ୍ ଫାଣ୍ଡି ଅଧିକାରୀଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି।