ଜୟପୁର: ପୁଣି ଜଣେ ଆସନ୍ନ ପ୍ରସବା ମହିଳାଙ୍କୁ ସାଙ୍ଗି ଭାରରେ ବୁହାଯାଇ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି। ସରକାର ଜନନୀ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି ବୋଲି କହୁଥିବା ବେଳେ ଗ୍ରାମାଞ୍ଚଳର ବାସ୍ତବ ଚିତ୍ର ଯେ ଢ଼େର ଭିନ୍ନ ତାହା ପ୍ରତିଦିନ ପ୍ରମାଣିତ ହେବାରେ ଲାଗିଛି।
ଆଜି ଜୟପୁର ସଦର ଥାନା ଅନ୍ତର୍ଗତ ରଣ୍ଡାପଲ୍ଲୀ ପଞ୍ଚାୟତର ରାମଗଡ଼ ଗ୍ରାମର ଅସେନ୍ନ ପ୍ରସବା ଫୁଲବତୀ ମୁଦୁଲି(୨୦ ବର୍ଷ)ଙ୍କୁ ପରିବାର ଲୋକେ ୪ କିଲୋମିଟର ସାଙ୍ଗିଭାରରେ ଆଣିବା ପରେ ଆମ୍ବୁଲାନ୍ସ ପାଇଁ ଫୋନ କରିଥିଲେ। ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ପରିବାର ଲୋକେ ଏକ ଅଟୋରେ ନେଇ ଫୁଲମତୀଙ୍କୁ କୁଲୁଲିପୁଟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ଜୟପୁର: ପୁଣି ଭାରରେ ବୁହାହେଲେ ଆସନ୍ନପ୍ରସବା
/sambad/media/post_attachments/wp-content/uploads/2017/09/jaypur-pregnant-lady-brought-by-shoulder.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)