ଖୋର୍ଦ୍ଧା: ଐତିହାସିକ ବରୁଣେଇ ପାହାଡ଼ ପାଦଦେଶରେ ୧୫ତମ ବରୁଣେଇ ରଜ ମହୋତ୍ସବ ପାଳନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ବିଧାୟକ ତଥା ଦିଶାନ୍ତ ଅନୁଷ୍ଠାନର ଅଧ୍ୟକ୍ଷ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲଶ ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅନ୍ୟ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ଥିଲେ। ବରୁଣେଇର ଆଲୋକୀକରଣ ପାଇଁ ୫୦ଲକ୍ଷ ଟଙ୍କାର ବରାଦି ଅର୍ଥ ରାଶି ରହିଥିବା, ବରୁଣେଇରେ ରୋପୱେ, ମହୋତ୍ସବ ସମୟରେ ପାନୀୟ ଜଳ ଯୋଗାଣ, ତୋରଣ ନିର୍ମାଣ, ଶାନ୍ତିଶୃଙ୍ଖଳା ରକ୍ଷା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା।
ମହୋତ୍ସବ ପୂର୍ବରୁ ବରୁଣେଇ-କରୁଣେଇ ମନ୍ଦିରର ମରାମତି ଓ ରଙ୍ଗ ଆଦି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକଣା ସମୟରେ ଶେଷ କରିବାକୁ ପୂର୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା। ମହୋତ୍ସବ ସମୟରେ ବିଭିନ୍ନ ବିଭାଗର ପ୍ରଦର୍ଶନୀ ମଣ୍ଡପ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଚାରପ୍ରସାର ପାଇଁ ସଂସ୍କୃତି ବିଭାଗ ଓ ସୂଚନା ଲୋକସମ୍ପର୍କ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Barunei-Rajo-mahotsav-prastuti-Khordha.jpeg)