ସମ୍ବାଦ ଆମ ଓଡ଼ିଶା ରକ୍ତଦାନ ଶିବିର ଆୟୋଜକଙ୍କ ବୈଠକ

ଖୋର୍ଦ୍ଧା: ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏହି ଆହ୍ୱାନ ଆଜି ରାଜ୍ୟରେ ଏକ ସଫଳ ଅଭିଯାନ ରୂପେ ପରିଣତ ହୋଇଛି। ଏହି ଅଭିଯାନ ବର୍ତ୍ତମାନ ଏକ ପ୍ରକାର ବିପ୍ଲବରେ ପରିଣତ ହୋଇଛି। ଅନେକ ରାଜନୈତିକ ଦଳ ଓ ସଂଗଠନ ମଧ୍ୟ ଏଥିରେ ଯୋଡ଼ି ହୋଇଛନ୍ତି। ବର୍ତ୍ତମାନ ‘ସମ୍ବାଦ’ ଆମ ଓଡ଼ିଶା ଏକ ନୂତନ ଆହ୍ୱାନ ପ୍ରତିଘରୁ ରକ୍ତଦାତା ଦେଇଛି ବୋଲି ଆଜି ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ‘ସମ୍ବାଦ’ ଆମ ଓଡ଼ିଶାର ରକ୍ତଦାନ ଶିବିର ଆୟୋଜନକାରୀଙ୍କ ବୈଠକରେ ଯୋଗ ଦେଇ ଆମ ଓଡ଼ିଶା ସମ୍ପାଦକ ସ୍ୱରାଜ ମିଶ୍ର କହିଛନ୍ତି। ଆଜି ‘ସମ୍ବାଦ’ ଭୁବନେଶ୍ୱର ସଂସ୍କରଣର ଆମ ଓଡ଼ିଶା ସଂଯୋଜକ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ‘ସମ୍ବାଦ’ ଆମ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମ ବିଶେଷତଃ ରକ୍ତଦାନ ଶିବିର ସମ୍ପର୍କରେ ଆଲୋଚନା ହୋଇଥିଲା। ଉପସ୍ଥିତ ଆୟୋଜକ ଓ ରକ୍ତଦାତା ସ୍ୱେଚ୍ଛାସେବୀ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ। ଆମ ଓଡ଼ିଶା ରକ୍ତଦାନ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ ଶିବିର ଆୟୋଜନ ଓ ରକ୍ତଦାତା ବିଶେଷତଃ ଗ୍ରାମାଞ୍ଚଳ ରକ୍ତଦାତାଙ୍କ ମଧ୍ୟରେ ସଚେତନତା, ଅସମୟରେ ସେମାନଙ୍କ ସହାୟତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ବୈଠକରେ କୋଣାର୍କ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନଲୋଜିର ଅଧ୍ୟକ୍ଷ ଡଃ. ପାର୍ଥସାରଥୀ ଖୁଣ୍ଟିଆ, ଜଟଣୀରୁ ଅଧ୍ୟାପକ ପ୍ରେମାନନ୍ଦ ମହାରଣା, ଖୋର୍ଦ୍ଧା ବ୍ଲକରୁ ହରିନାରାୟଣ ଦାସ, ଓରବରସିଂହରୁ ଆନନ୍ଦ ସାମନ୍ତରାୟ ଓ ପ୍ରଭାତ କୁମାର ସେନାପତି, ଖୋର୍ଦ୍ଧା ବ୍ଲକ ଗୋଳବାଇ ଶାସନରୁ ପଦ୍ମନାଭ ସାହୁ, ବାଲିଅନ୍ତାରୁ ସମାଜସେବୀ କରୁଣାକର ପରିଡ଼ା ଓ କ୍ଷୀରୋଦ ଚନ୍ଦ୍ର ପଣ୍ଡା, ଟାଙ୍ଗୀ ହରିପୁରରୁ ସନ୍ତୋଷ କୁମାର ରାୟ, ଧଳାପଥରରୁ ବିପିନ କୁମାର ସାହୁ, ବେଗୁନିଆରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ବୋଲଗଡ଼ରୁ ରମେଶ ସାହୁ, ଚିଲିକାର ‘ସମ୍ବାଦ’ ପ୍ରତିନିଧି ପ୍ରଦୋଷ କୁମାର ଦାସ, ନିରାକାରପୁର ପ୍ରତିନିଧି ଉମେଶ ପଟ୍ଟନାୟକ, ବେଗୁନିଆ ‘ସମ୍ବାଦ’ ପ୍ରତିନିଧି ଶିବ ପ୍ରସାଦ ଷଡ଼ଙ୍ଗୀ, ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଲମ୍ବୋଦର ପ୍ରସାଦ ଦାଶ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର