ସମ୍ବାଦ ଆମଓଡ଼ିଶା ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆସନ୍ତା ୧୪ ତାରିଖରେ ସାମ୍ବାଦିକ ରମେଶ ସାହୁଙ୍କ ମାଆ ନୟନ ଲତା ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ବେଗୁନିଆ ବ୍ଲକ ଧଳାପଥର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ‘ସମ୍ବାଦ’ ଆମଓଡ଼ିଶା, ନୟନଲତା ସ୍ମୃତି ପରିଷଦ, ଡ୍ରାଇଭର ସଂଘ ଓ ସୋର୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ଓଡ଼ିଶାର ଭୁବନେଶ୍ୱର ବିଭାଗ ସଂଯୋଜକ ସଂଗ୍ରାମ ସାମନ୍ତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ନୟନଲତା ସ୍ମୃତି ପରିଷଦ, ସ୍ଥାନୀୟ ଡ୍ରାଇଭର ମହାସଂଘ, ସୋର୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ନାରାୟଣ ସାହୁ, ସମିତି ସଭ୍ୟ ବିଜୟ ସୁବୁଦ୍ଧି, ସୋର୍ଡ ଅନୁଷ୍ଠାନର ସଭାପତି ପ୍ରଦୀପ ସାହୁ, ଉପସଭାପତି ଜଗଦୀଶ ପ୍ରସାଦ ସାହୁ, ଡ୍ରାଇଭର ମହାସଂଘ ପକ୍ଷରୁ ପରମାନନ୍ଦ ସାହୁ, ସନ୍ତୋଷ ତ୍ରିପାଠୀ, ସୂର୍ଯ୍ୟପ୍ରକାଶ ସାହୁ, ସୋମନାଥ ସାହୁ, ପ୍ରଶାନ୍ତ କୁମାର ମହାରଣା, ମାୟାଧର ପାଣିଗ୍ରାହୀ, ସୂର୍ଯ୍ୟକାନ୍ତ ମହାରଣା, ସୋମନାଥ ସାହୁ, ବିୟୁସ କୁମାର ସାହୁ, ଜଟାଧାରୀ ମହାପାତ୍ର, ସୁଶାନ୍ତ ସାହୁ, ଜିତେନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ନିର୍ଦ୍ଧାରିତ ଦିନ ସକାଳ ୯ଟାରୁ ୧୧ଟା ମଧ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ବ୍ୟକ୍ତିବିଶେଷ ୯୮୫୩୯୫୪୫୯୦, ୯୯୩୭୭୯୮୯୦୮, ୯୯୩୮୩୮୩୧୦୦ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର