ସମ୍ବଲପୁର: ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଇ ଆସୁଅଛି। ହୀରାକୁଦ ସହରରେ ମଧ୍ୟ ଏବର୍ଷ ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ଦିନ୍ ଧୂମ୍ଧାମ୍ରେ ପାଳନ କରିବା ହୀରାକୁଦ ମହୋତ୍ସବ କମିଟି ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ବରିଷ୍ଠ ନାଗରିକ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଛି।
ବୈଠକରେ ଆୟୋଜକ କମିଟିର ଉପଦେଷ୍ଟା ଉଷତ୍ରାମ ସାହୁ, ଅଜୟ ମହାନ୍ତି, ରମାକାନ୍ତ ପୂଝାରୀ, ଅଶୋକ ପଣ୍ଡା, ଶଙ୍କର ମିଶ୍ର, ଯୋଗେଶର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କିଭଳି ଭାବେ ଆୟୋଜନ କରାଯିବ, ସେ ନେଇ ମତାମତ ରଖିଥିଲେ। ହୀରାକୁଦ ମହୋତ୍ସବ କମିଟି ସଭାପତି ରତ୍ନାକର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ଖଟାଇ, ସାଧାରଣ ସଂପାଦକ ଶାନ୍ତନୁ ବଡପଣ୍ଡା, ସଂଗଠନ ସମ୍ପାଦକ ପ୍ରଦୀପ ପଣ୍ଡା, କୋଷାଧ୍ୟକ୍ଷ ଆନୁପ ମହନ୍ତ, ସାସ୍କୃତିକ ସଂପାଦକ ରଞ୍ଜନ ହୋତା,ଶ୍ରୀମନ୍ତ ବେହେରା, ସୁକାନ୍ତ ମହାରଣା, ଅମର ଗୌଡ ପ୍ରମୁଖ ଉପସ୍ଥିତ ଥିଲେ। ପଶ୍ଚିମାଞ୍ଚଳ ଏକତା ମଂଚର ଆବାହକ ଭବାନୀ ଭୋଇ ଉପସ୍ଥିତ ରହି ଗତ ୧୦ ବର୍ଷ ଧରି ଆୟୋଜିତ ହେଉଥିବା ସମ୍ବଲପୁରୀ ଦିନ ଉପରେ ମତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/32-1.jpg)